ଲାଲବାଗଚା ରାଜାଙ୍କ ମଥାରେ ଶୋଭା ପାଉଛି ୨୦ କେଜିର ସୁନା ମୁକୁଟ

ପ୍ରତିବର୍ଷ ଭଳି ମୁମ୍ବାଇର ଲାଲବାଗଚା ରାଜାଙ୍କ ପ୍ରତିମୂର୍ତ୍ତି ସବୁଠାରୁ ବଡ଼ ହୋଇଛି। ହଜାର ହଜାର ଲୋକ ରାଜାଙ୍କୁ ଆରାଧନା କରିବାକୁ ପହଞ୍ଚୁଛନ୍ତି । ତେବେ ଏଥରର ଆକର୍ଷଣ ପାଲଟିଛି ରାଜାଙ୍କ ମୁକୁଟ । ଲାଲବାଗଚା ରାଜାଙ୍କ ମୁଣ୍ଡରେ ସଜାଯାଇଥିବା ୨୦ କିଲୋଗ୍ରାମ ସୁନା ମୁକୁଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ବୋଲି କୁହାଯାଉଛି।
ମୁକେଶ ଅମ୍ବାନୀଙ୍କ ପରିବାର ବର୍ଷ ବର୍ଷ ଧରି ଲାଲବାଗଚା ରାଜା କମିଟି ସହ ଜଡିତ ରହି ଆସିଛନ୍ତି। ଏହି ବର୍ଷ ମୁକୁଟକୁ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ ଦାନ କରିଛନ୍ତି। ଏଥିସହ ନୂଆ ବୋହୁ ରାଧିକାଙ୍କ ସହ ପୂରା ଅମ୍ବାନୀ ପରିବାର ଲାଲବାଗଜା ରାଜାଙ୍କ ଦର୍ଶନ କରିଛନ୍ତି।
ଅନନ୍ତ ଅମ୍ବାନୀ କେବଳ ମୁକୁଟ ନୁହେଁ ଅନ୍ୟାନ୍ୟ ଜିନିଷରେ ମଧ୍ୟ ଅବଦାନ ଦେଇଛନ୍ତି। ଲାଲବାଗ ଟ୍ରଷ୍ଟ ଅନନ୍ତ ଅମ୍ବାନୀଙ୍କୁ ପ୍ରମୁଖ ପରାମର୍ଶଦାତା କମିଟିର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛି।
Powered by Froala Editor