Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ

ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ

2024-06-26 11:49:30
16074
Share:
Facebook
Twitter
E-Mail
WhatsApp
Telegram
ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଆଗ୍ରହୀ

ଭୁବନେଶ୍ୱର : ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍‌ସିଲ (ୟୁଆଇସିସି) ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସହଯୋଗୀତାରେ ୟୁଏଇ-ଇଣ୍ଡିଆ କମ୍ପ୍ରିହେନ୍‌ସିଭ ଇକୋନୋମିକ ପାର୍ଟନରସିପ ଏଗ୍ରିମେଣ୍ଟ (ସିଇପିଏ)ର ଫାଇଦା ଉଠାଇବାକୁ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶାସ୍ଥିତ ପ୍ରାୟ ୩୦ ବ୍ୟବସାୟିକ ସଂସ୍ଥାକୁ ନେଇ ଏକ ବିଜିନେସ୍‌ ରାଉଣ୍ଡଟେବଲ୍‌ ଆୟୋଜନ କରିଥିଲେ । 

ସମ୍ମାନନୀୟ ଅବଦୁଲନାସେର ଆଲ୍‌ଶାଲି ପିଏଚ୍‌.ଡି. ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ୟୁଏଇ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବାବେଳେ ଏଥିରେ ଶ୍ରୀ ଅହମଦ ଅଲ୍‌ଜନିବି, ଡାଇରେକ୍ଟର ୟୁଆଇସିସି, ଶ୍ରୀ ମହମ୍ମଦ ହସିବ, ଷ୍ଟା୍ରଟେଜିକ କଣ୍ଟ୍ରି ମ୍ୟାନେଜର- ଇଣ୍ଡିଆ, ରାସ୍‌ ଅଲ୍‌ ଖାଇମାହ୍‌ ଇକୋନୋମିକ ଜୋନ୍‌ (ଆର୍‌ଏକେଇଜେଡ), ଏବଂ ଶ୍ରୀ ଯୋଗପାଲ ସିଂ, ଡାଇରେକ୍ଟର, କର୍ପୋରେଟ ଆଫେୟାର୍ସ, ଡିପି ୱର୍ଲଡ ସାମିଲ ଥିଲେ ।

ୟୁଏଇ ପାଇଁ ଓଡ଼ିଶାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ସମ୍ମାନନୀୟ ଡ.ଅଲ୍‌ଶାଲି କହିଥିଲେ, “ୟୁଏଇ-ଭାରତ ଦ୍ୱିପାକ୍ଷିକ ଅଂଶୀଦାରୀତାକୁ ସମର୍ଥନ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ଉଚ୍ଚ ବିକଶିତ ଖଣିଜ ଏବଂ ଶିଳ୍ପ କ୍ଷେତ୍ର ଏବଂ ମଜଭୁତ ମାନବ ସମ୍ବଳ ୟୁଏଇ ନିବେଶକଙ୍କ ନିମନ୍ତେ ପ୍ରମୁଖ ଆଗ୍ରହ ପାଲଟିଛି । ଆମେ ଦୃଢ ନିଶ୍ଚିତ ଯେ ଆଜିର କାର୍ଯ୍ୟକ୍ରମ ଓଡ଼ିଶାରେ ବ୍ୟବସାୟିକ ସଂସ୍ଥାଗୁଡିକ ନିମନ୍ତେ ବହୁବିଧ ଅର୍ଥନୈତିକ, ବାଣିଜ୍ୟ ଏବଂ ନିବେଶ ସୁଯୋଗର ଫାଇଦା ଉଠାଇବାକୁ ସୁନିଶ୍ଚିତ କରିବା ଦିଗରେ ଉପଯୋଗୀ ହେବ, ଯାହା ସିଇପିଏ ସ୍ୱାକ୍ଷର ଜରିଆରେ ଯୋଗାଇ ଦିଆଯିବ ।”

ନିଜର ବକ୍ତବ୍ୟରେ ଶ୍ରୀ ଅଲ୍‌ଜନିବି ୟୁଏଇ ସହିତ ଓଡ଼ିଶାର ମୋଟ ବାଣିଜ୍ୟରେ ଦ୍ରୁତ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । “୨୦୨୩-୨୪ ଆର୍ଥିକ ବର୍ଷରେ ୟୁଏଇ  ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ୨.୬୩ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଏବଂ ଭାରତର୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ୟୁଏଇ ପାଇଁ ଓଡ଼ିଶା ଅଷ୍ଟମ ବୃହତ୍‌ ବାଣିଜି୍ୟକ ଅଂଶୀଦାର ଥିଲା । ଏହି ଗଠନମୂଳକ ବାଣିଜ୍ୟ ସମ୍ପର୍କକୁ ଅଧିକ ସୁଦୃଢ କରିବା ଏବଂ ପାରସ୍ପରିକ ଫାଇଦାଜନକ ଅଭିବୃଦ୍ଧି ନିମନ୍ତେ ନୂତନ ସୁଯୋଗ ଅନୁସନ୍ଧାନ କରିବା ଜରୁରୀ ହୋଇଛି । ଆଇସିସି ସହିତ ଅଂଶୀଦାର ବ୍ୟବସ୍ଥାରେ ୟୁଆଇସିସି ଓଡ଼ିଶାର ବ୍ୟବସାୟ ସଂସ୍ଥାଗୁଡିକୁ ସେମାନଙ୍କର ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ ଆକାଂକ୍ଷା ପୂରଣ ନିମନ୍ତେ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ।”

ଓଡ଼ିଶା ହେଉଛି ଭାରତର ସର୍ବବୃହତ ଷ୍ଟିଲ, ଷ୍ଟେନଲେସ୍‌ ଷ୍ଟିଲ, ଫେରୋଆଲୟଜ୍‌, ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ । ଭାରତରେ ଗଚ୍ଛିତ ନିକେଲ, ବକ୍ସାଇଟ, ଲୁହାପଥର ଏବଂ କୋଇଲା ଆଦିର ଉଲ୍ଲେଖନୀୟ ଅଂଶ ଓଡ଼ିଶାରେ ରହିଛି । ଚଳିତ ବର୍ଷଗୁଡିକରେ ୟୁଏଇ ଏବଂ ଭାରତ ମଧ୍ୟରେ ନିବିଡ ବାଣିଜ୍ୟକ ସହଭାଗୀତା ଏବଂ ନିବେଶ ନିମନ୍ତେ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । 

୨୦୨୨ ଜୁନ୍‌ ମାସରେ ଓଡ଼ିଶା ସରକାର ଏବଂ ୟୁଏଇ କମ୍ପାନୀଗୁଡିକ ମଧ୍ୟରେ ୨.୭୬ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଉଛି ଲୁଲୁ ଗ୍ରୁପ୍‌ ଓଡ଼ିଶାରେ ହାଇପରମାର୍କେଟ, ସପିଂ ମଲ୍‌ ଏବଂ କୃଷି ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ହବ୍‌ ସ୍ଥାପନ କରିବା ସୁଯୋଗ ଅନୁଧ୍ୟାନ କରିବାକୁ ପ୍ରତିବଦ୍ଧ ରହିଛି । 

ୟୁଏଇ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ସିଇପିଏର ମୁଖ୍ୟ ଭୂମିକା ରହିଛି ଏବଂ ଦୁଇ ଦେଶମଧ୍ୟରେ ବାଣିଜ୍ୟ କାରବାର ୨୦୨୩-୨୪ ଆର୍ଥିକ ବର୍ଷରେ ୮୩.୬୪ ବିଲିଅନ ଆମେରିକୀୟ ଡଲାର ହୋଇଥିଲା । ମୂଲ୍ୟବାନ ମଣି ମାଣିକ୍ୟ ପଥର, ଗହଣା, ଡ୍ରଗ୍‌ସ୍‌ ଏବଂ ଫାର୍ମାସୁ୍ୟଟିକାଲ୍‌ସ୍‌ ଏବଂ ଫଳ ଓ ପନିପରିବା ଆଦି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଲ୍ଲେଖନୀୟ ବାଣିଜି୍ୟକ ଅଭିବୃଦ୍ଧି ସିଇପିଏର ଗୁରୁତ୍ୱକୁ ପ୍ରତିପାଦିତ କରୁଛି, ଯାହା ୨୦୨୩-୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୬୪ ପ୍ରତିଶତ, ୩୯ ପ୍ରତିଶତ ଏବଂ ୩୫ ପ୍ରତିଶତ ବୃଦ୍ଧିପାଇଛି । ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ୍‌ ରପ୍ତାନି ସ୍ଥଳ, ତୃତୀୟ ସର୍ବବୃହତ୍‌ ବାଣିଜି୍ୟକ ଅଂଶୀଦାର ଏବଂ ଚତୁର୍ଥ ସର୍ବବୃହତ ନିବେଶକ ରାଷ୍ଟ୍ର । 

୨୦୨୪ରେ ସ୍ଥାପିତ ୟୁଆଇସିସି ସିଇପିଏ ସ୍ୱାକ୍ଷରିତ ହେବା ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଫାଇଦା ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଇପିଏର ପରିଣତି ବିପୁଳ ହୋଇଛି, ଯାହା ନିବେଶ କ୍ଷେତ୍ରରେ ବିଲିଅନ ଡଲାର ଆଣିବାରେ ନିର୍ଣ୍ଣାୟକ ଭୂମିକା ନେବା ସହିତ ବ୍ୟବସାୟିକ ଆସ୍ଥାଭାବ ସ୍ତରକ୍ତ ଏଭଳି ଏକ ଉଚ୍ଚତର ସ୍ତରକୁ ନେଇଛି ଯାହା ବହୁ ଶିଳ୍ପକୁ ପରିବ୍ୟାପ୍ତ ହୋଇଛି । ସିଇପିଏ କେବଳ ସହଜ ବଜାର ସୁଯୋଗ ସୃଷ୍ଟି ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ କରିନାହିଁ, ତାହାସହିତ ସାମଗ୍ରୀ ଓ ପୁଞ୍ଜିନିବେଶର ପ୍ରଗତିଶୀଳ ବିନିମୟକୁ ଉତ୍ସାହିତ କରିଛି, ଯଦ୍ଦ୍ୱାରା ୟୁଏଇ ଏବଂ ଭାରତ ମଦ୍ୟରେ ଅର୍ଥନୈତିକ ସହଭାଗୀତା ବିବିଧକୃତ ହୋଇଛି । 

ୟୁଆଇସିସି ୟୁଏଓ ଏବଂ ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡିକ ମଧ୍ୟରେ ପାରସ୍ପରିକ ଅଭିବୃଦ୍ଧି ଓ ସମୃଦ୍ଧିକୁ ଆଗେଇନେବା ନିମନ୍ତେ ମୁକ୍ତ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହିତ ଦୀର୍ଘସ୍ଥାୟୀ ସହଯୋଗକୁ ସୁଗମ କରୁଛି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ତ୍ୱରାନ୍ୱିତ କରୁଛି ।

Powered by Froala Editor

Tags UAE-INDIA

Related articles Odisha News Lens 4.1

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14358
    Oct 15, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13808
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13885
    Oct 15, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13590
    Oct 16, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14847
    Oct 16, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    13967
    Oct 16, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14882
    Oct 16, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14704
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13873
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ...

    14358
    Oct 15, 2026
  • ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14847
    Oct 16, 2026
  • ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    13967
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17186
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17880
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17829
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18251
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14847
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14631
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14736
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15738
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14412
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14358
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13982
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15102
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15809
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14704
    Oct 15, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    13967
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13808
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In