ପୂଜାଙ୍କ ହାତରୁ ଗଲା ଆଇଏଏସ୍ ପଦବି

ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା।
ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଏବଂ ଦିଲ୍ଲୀ ପୁଲିସ ବିରୋଧ କରିଥିଲେ।
ୟୁପିଏସସି ଏବଂ ଦିଲ୍ଲୀ ପୋଲିସ ଅଦାଲତଙ୍କୁ କହିଥିଲେ ଯେ ସେ କେବଳ ୟୁପିଏସସି ନୁହେଁ, ସରକାର ଓ ଜନସାଧାରଣଙ୍କୁ ଠକିଛନ୍ତି । କାରଣ ସିଭିଲ ସର୍ଭିସ ପରୀକ୍ଷା ପାଇଁ ୨୦୨୦ ସୁଦ୍ଧା ସମସ୍ତ ତାଙ୍କର ପ୍ରୟାସ ଶେଷ ହେବା ପରେ ସେ ୨୦୨୧ ରେ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ରେ ବସିବା ପାଇଁ ଅଯୋଗ୍ୟ ହୋଇଯାଇଥିଲେ । କିନ୍ତୁ ସେ ଜାଲ ପ୍ରମାଣପତ୍ର ଦେଖାଇ ସେ ଏହି ପରୀକ୍ଷା ଦେଇଥିଲେ । ଠକେଇ ଓ ଓବିସି ଓ ଭିନ୍ନକ୍ଷମ କୋଟା ର ଦୁରୁପଯୋଗ ଅଭିଯୋଗରେ ପୂଜା ଖେଡକର ଏବେ ଅନ୍ତରୀଣ ଜାମିନରେ ଅଛନ୍ତି।
ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।
Powered by Froala Editor