ହାତରେ ଫାଟିଗଲା ପାୱାର ବ୍ୟାଙ୍କ, ଯୁବକ ମୃତ
ମଧ୍ୟପ୍ରଦେଶର ଉମରିୟା ଜିଲ୍ଲା ଛପରୋଡ ଗାଁରେ ଅଘଟଣ ଘଟିଛି । ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିବାବେଳେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ପାୱାର ବ୍ୟାଙ୍କର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୂରା ଘରର କାନ୍ଥରେ ତାର ଚିହ୍ନ ଥିଲା । ଯଦିଓ ପାୱାର ବ୍ୟାଙ୍କ କେଉଁ କମ୍ପାନୀର ଥିଲା ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ।
ଏହି ଗାଁରେ ରହୁଥିବା ୨୮ ବର୍ଷୀୟ ରାମ ଶୁକ୍ରବାର ସକାଳେ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ ଏବଂ ମୋବାଇଲକୁ ନିଜ ହାତରେ ଧରି ଥିଲେ । ଚାର୍ଜିଂ ସମୟରେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ବିସ୍ଫୋରଣ ହେବା ମାତ୍ରେ ଘରର ଛାତଟି ଉଡିଯାଇଥିଲା ଏବଂ ଘରର ଅନେକ ସ୍ଥାନରେ କାନ୍ଥ ଫାଟି ଯାଇଥିଲା ।
Powered by Froala Editor