Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ...

  • ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ ...

  • କମିଲା ସୁନା ଏବଂ ରୂପା ଦର

  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ...

  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ...

  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ...

  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ...

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ...

  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ...

Home ›› ››ଇସ୍ରାଏଲ ପକ୍ଷରୁ ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ

ଇସ୍ରାଏଲ ପକ୍ଷରୁ ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ

2023-11-07 09:50:30
15676
Share:
Facebook
Twitter
E-Mail
WhatsApp
Telegram
ଇସ୍ରାଏଲ ପକ୍ଷରୁ  ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ

ତେଲ୍‌ ଆବିଭ୍‌ : ଉତ୍ତର ଗାଜାରୁ ସାଧାରଣ ଜନତାଙ୍କ ଅପସାରଣ ପାଇଁ ଇସ୍ରାଏଲ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ସାଧାରଣ ଜନତାଙ୍କୁ ଗାଜାର ଦକ୍ଷିଣ ଦିଗକୁ ଚାଲିଯିବା ପାଇଁ କୁହାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ପଳାଇଯିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୋମାମାଡ଼ କୋହଳ କରାଯାଇଥିଲା ବୋଲି ଇସ୍ରାଏଲ ସେନା ଆଇଡିଏଫ୍‌ କହିଛି। ଲୋକଙ୍କୁ କେଉଁ ସ୍ଥାନକୁ ଓ କିପରି ଯିବାକୁ ହେବ ତାହା ମଧ୍ୟ ବତାଇ ଦିଆଯାଇଥିବା ଆଇଡିଏଫ୍‌ ସୂଚନା ଦେଇଛି। ଦକ୍ଷିଣାଞ୍ଚଳରେ ଖାଦ୍ୟ ଓ ପାନୀୟର ସୁବିଧା ରହିଥିବା ଏହା ଦର୍ଶାଇଛି। ଅପରପକ୍ଷରେ ସେମାନେ ଯାଉଥିବାବେଳେ ହମାସ୍‌ ପକ୍ଷରୁ ଗୁଳିଗୋଳା ମାଡ଼ ହେଉଥିବା ଆଇଡିଏଫ୍‌ ଅଭିଯୋଗ କରିଛି। ଇସ୍ରାଏଲ ସେନା ଗାଜା ସହରକୁ ସମ୍ପୂର୍ଣ୍ଣ ଘେରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଅଭ୍ୟନ୍ତରକୁ ପ୍ରବେଶ କରିବା ଯୋଜନା ରହିଛି। ଗାଜା ସହର ବସ୍ତୁତଃ ଦୁଇ ଭାଗ ହୋଇଯାଇଛି। ଉତ୍ତର ଗାଜା ସହରରେ ପ୍ରବଳ ବୋମା ବର୍ଷଣ ଚାଲିଥିବାବେଳେ ଦକ୍ଷିଣ ଗାଜା ଆପାତତଃ ଶାନ୍ତ ରହିଛି ବୋଲି ଆଇଡିଏଫ୍‌ କହିଛି।
ଯୁଦ୍ଧ ମାସେ ଚୁଇଁଥିବାବେଳେ ମାନବିକତା ଦୃଷ୍ଟିରୁ ଯୁଦ୍ଧବିରତି ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ନିବେଦନକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ଯୁଦ୍ଧ ବିରତି ପାଇଁ ଉଦ୍ୟମ ଚଳାଇଥିବା ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏଡ଼ାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ସୋମବାର ସେ ଅପ୍ରତ୍ୟାଶିତ ଭାବେ ଯାଇ ଇରାକରେ ପହଞ୍ଚିଛନ୍ତି। ବାଗଦାଦରେ ସେ ଇରାକ୍‌ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍‌-ସୁଦାନିଙ୍କ ସହ ଆଲୋଚନା ପରେ ତୁର୍କୀ ଯାଇଥିବା ପ୍ରକାଶ। ରବିବାର ସେ ୱେଷ୍ଟବ୍ୟାଙ୍କ ଯାଇ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଙ୍ଗଳବାର ଗାଜାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ସେ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ। ହମାସ୍‌ର ଅବସ୍ଥିତିକୁ ଦର୍ଶାଇ ଗାଜାକୁ ବିଶ୍ବର ସର୍ବବୃହତ୍‌ ଆତଙ୍କବାଦୀ ଆଡ୍ଡାସ୍ଥଳୀ ବୋଲି ଦର୍ଶାଇଛନ୍ତି ଆମେରିକାରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ।
ସୋମବାର ସୁଦ୍ଧା ଗାଜା ମୃତ୍ୟୁ ସଂଖ୍ୟା ୯ହଜାର ୮୦୦ ଛୁଇଁଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜାତିସଂଘର ୮୮ କର୍ମଚାରୀ ଓ ୪ହଜାର ଶିଶୁ ଥିବା ପ୍ରକାଶ। ରବିବାର ଆଇଡିଏଫ୍‌ ବିମାନରୁ କେନ୍ଦ୍ରୀୟ ଗାଜାର ଦୁଇଟି ଶରଣାର୍ଥୀ ଶିବିରରେ ପୁନର୍ବାର ବୋମା ବର୍ଷଣ କରାଯାଇଥିଲା। ଏଥି‌େ‌ର ୫୩ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଅନେକ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ ଆକ୍ରମଣରେ ତିନି ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୋଲ୍ଲା ଆକ୍ରମଣରେ ଇସ୍ରାଏଲର ତିନି ବାଳିକା ପ୍ରାଣ ହରାଇଥିବା ପ୍ରକାଶ। ଗାଜାରେ ଟେଲିଯୋଗାଯୋଗ ପୁନର୍ବାର ବିଚ୍ଛିନ୍ନ କରାଯାଇଥିଲାବେଳେ ଏହା ପୁନର୍ବାହାଲ ହୋଇଛି। ଇସ୍ରାଏଲ ପକ୍ଷରୁ ଟିକସ ବାବଦ ଅର୍ଥରୁ ଆଂଶିକ ପ୍ରଦାନ ପାଇଁ ସମ୍ମତି ପ୍ରକାଶ କରାଯାଇଥିବାବେଳେ ପାଲେଷ୍ଟାଇନ୍‌ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଗାଜାରେ ବ୍ୟୟ ପାଇଁ ଏହି ଅର୍ଥ ରଖାଯାଇଥିଲା। ଜୋର୍ଡାନ୍‌ ପକ୍ଷରୁ ବିମାନ ଯୋଗେ ଗାଜାରେ ଜରୁରୀ ଚିକିତ୍ସା ସହାୟତା ସାମଗ୍ରୀ ପହଞ୍ଚାଯାଇଛି। ସାହସର ସହ ଏହାକୁ ରବିବାର ମଧ୍ୟରାତ୍ରିରେ ଦୁଇଟି ବିମାନରୁ କେତେକ କ୍ଷେତ୍ରୀୟ ଡାକ୍ତରଖାନା ଉପରେ ଖସାଇ ଦିଆଯାଇଥିଲାବେଳେ ‘ଗାଜାର ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆମର ଛୋଟ କର୍ତ୍ତବ୍ୟ’ ବୋଲି ଜୋର୍ଡାନ୍‌ ରାଜା ଅବଦୁଲ୍ଲା-୨ କହିଛନ୍ତି।

Powered by Froala Editor

Tags War

Related articles Odisha News Lens 4.1

  • ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ
    ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13935
    Mar 12, 2026
  • ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି : ପେଟ୍ରୋଲିୟମ ମନ୍ତ୍ରୀ

    15173
    Mar 12, 2026
  • ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
    ଦେଶ-ଦେଶାନ୍ତର

    ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ

    14262
    Mar 13, 2026
  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...
    ଦେଶ-ଦେଶାନ୍ତର

    ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି ...

    15743
    Mar 13, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ
    ବିଶେଷ

    ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    13762
    Mar 14, 2026
  • ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ
    ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    15061
    Mar 12, 2026
  • କମିଲା ସୁନା ଏବଂ ରୂପା ଦର
    ଦେଶ-ଦେଶାନ୍ତର

    କମିଲା ସୁନା ଏବଂ ରୂପା ଦର

    14896
    Mar 14, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13669
    Mar 13, 2026
  • ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ
    ଦେଶ-ଦେଶାନ୍ତର

    ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ

    13502
    Mar 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିମାନ ଉଡାଇବା ପୂର୍ବରୁ ମାଆଙ୍କୁ ଭିଡିଓ କଲ କରି ପାଇଲଟ କହିଥିଲେ ଏମିତି, ତାପରେ ହେଲା କିଛି ଏମିତି....

    15308
    Mar 14, 2026
  • ଦେଶ-ଦେଶାନ୍ତର

    ମାଲାୟଲମ ଅଭିନେତା ହରି ମୁରଲୀଙ୍କ ଦେହାନ୍ତ, କାରଣ ଜଣାପଡ଼ିନାହିଁ

    15061
    Mar 12, 2026
  • ଖେଳ ଖବର

    ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ

    13935
    Mar 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17369
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17432
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17781
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16252
    Apr 03, 2021

ବିଶେଷ

  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    13762
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13746
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14419
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15080
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14834
    Mar 07, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15678
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15139
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14989
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14501
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେତାଙ୍କ ଘରୁ ୫୫ ସିଲିଣ୍ଡର ଜବତ, ପ୍ରତି ସିଲିଣ୍ଡରକୁ ୨୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରୁଥିଲେ

    15743
    Mar 13, 2026
  • ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାସିନି ଯୋଗାଇ ଦେବାକୁ ନିଷ୍ପତ୍ତି

    13669
    Mar 13, 2026
  • ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଲୋକେ

    13502
    Mar 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In