Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

  • ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ...

  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ...

  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

  • ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ...

  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

ରାଜ୍ୟ
Home ›› ରାଜ୍ୟ ››ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା ଯୋଗାଇବ- ମୁଖ୍ୟମନ୍ତ୍ରୀ

ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା ଯୋଗାଇବ- ମୁଖ୍ୟମନ୍ତ୍ରୀ

2023-10-27 16:57:43
14726
Share:
Facebook
Twitter
E-Mail
WhatsApp
Telegram
ମାଟି କଳସ ଯାତ୍ରା ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରେରଣା  ଯୋଗାଇବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ।



୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ  ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା।



ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ। ଦେଶର ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ।




ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ । ଏହି ଅମୃତ ବାଟିକା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିବା ସହ ଆଗାମୀ ପୀଢିକୁ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳୀଦାନର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଆହୁରି ଉଜ୍ଜ୍ୱଳ କରିବ ଏବଂ ଏକ ନୂଆ ଓଡିଶା ତଥା ନୂଆ ଭାରତ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।



ଏହି ଅବସରରେ ସବୁ ପଞ୍ଚାୟତରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡିଶାର ସବୁ ଭାଇ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମାଟି କଳସ ଯାତ୍ରାରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।



କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପଞ୍ଚାୟତିରାଜ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ 

ଶ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ବୀର ସଂଗ୍ରାମୀମାନଙ୍କ ପ୍ରତି ସମ୍ମାନ ଜଣାଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ ପଞ୍ଚାୟତରେ ଜନସାଧାରଣ ସାମିଲ ହୋଇ ବୀର ସଂଗ୍ରାମୀମାନଙ୍କ ଅବଦାନକୁ ସ୍ମରଣ କରି ସମ୍ମାନ ଜଣାଇଛନ୍ତି।



ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ଏହି କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ଏକ ମନ ଏକ ପ୍ରାଣ ହୋଇ ରାଜ୍ୟ ଓ ଦେଶ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।



କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।



କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 



ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14045
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14032
    Nov 17, 2025
  • ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ
    ଦେଶ-ଦେଶାନ୍ତର

    ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ , ୪୨ ମୃତ

    14357
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15040
    Nov 17, 2025
  •  ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ
    ଦେଶ-ଦେଶାନ୍ତର

    ବଡ ଭଉଣୀ ରୋହିଣୀଙ୍କ ଉପରକୁ ଚପଲ ଫୋପାଡିଲେ ତେଜସ୍ଵୀ

    13908
    Nov 17, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14068
    Nov 17, 2025
  • ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ
    ଦେଶ-ଦେଶାନ୍ତର

    ଉତ୍ତେଜନା ପରେ ପାଟନା ଛାଡିଲେ ରୋହିଣୀ

    15763
    Nov 16, 2025
  • ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ
    ମନୋରଞ୍ଜନ

    ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ

    14406
    Nov 16, 2025
  • ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ

    14153
    Nov 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15040
    Nov 17, 2025
  • ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13804
    Nov 17, 2025
  • ଦେଶ-ଦେଶାନ୍ତର

    ୧୦୦ ଥର ଉଠ୍‌ବସ୍ ହେଲେ ଛାତ୍ରୀ, ଚାଲିଗଲା ଜୀବନ

    14153
    Nov 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16855
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17295
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15767
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14045
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    15864
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15121
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14395
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15260
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14720
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14307
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13956
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15025
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14045
    Nov 17, 2025
  • ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା

    14068
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14032
    Nov 17, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In