ବାଂଲାଦେଶ ଟିମକୁ ପାକ୍ ଅଭିନେତ୍ରୀଙ୍କ ଅଫର ‘ଭାରତକୁ ପରାସ୍ତ କଲେ ମୁଁ ତୁମମାନଙ୍କ ସହ ଡିନର କରିବି’
ଦିନିକିଆ ବିଶ୍ୱକପ ୨୦୨୩ରେ ପାକିସ୍ତାନକୁ ହରାଇଥିଲା ଭାରତ। ଏହି ପରାଜୟ ପରେ ପାକ୍ ଅଭିନେତ୍ରୀ ସେହେର ସିନୱାରୀଙ୍କ ସମେତ ପାକିସ୍ତାନୀମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପାକିସ୍ତାନୀ ଅଭିନେତ୍ରୀ ସେହେର ଭାରତୀୟ ଦଳକୁ ପରାସ୍ତ କରିବାକୁ ବାଂଲାଦେଶୀ ଖେଳାଳିଙ୍କୁ ଏକ ବଡ଼ ଅଫର ଦେଇଛନ୍ତି।
ପାକିସ୍ତାନୀ ଅଭିନେତ୍ରୀ ଏକ୍ସରେ ପୋଷ୍ଟ କରି ବାଂଲାଦେଶ ଖେଳାଳିଙ୍କୁ କହିଛନ୍ତି ଯେ ଯଦି ସେମାନେ ପରବର୍ତ୍ତୀ ମ୍ୟାଚରେ ଭାରତକୁ ପରାସ୍ତ କରନ୍ତି, ତେବେ ଅଭିନେତ୍ରୀ ସେମାନଙ୍କ ସହ ‘ଡିନର ଡେଟ’ରେ ଯିବେ ଓ ମାଛ ଖାଇବେ।
ପୋଷ୍ଟରେ ଲେଖାଯାଇଛି ଯେ, “ଇନ୍ସାଲ୍ଲା ମୋର ବଙ୍ଗୀୟ ବନ୍ଧୁମାନେ ପରବର୍ତ୍ତୀ ମ୍ୟାଚରେ ଆମ ପାଇଁ ପ୍ରତିଶୋଧ ନେବେ। ଯଦି ତାଙ୍କ ଦଳ ଭାରତକୁ ପରାସ୍ତ କରିବାରେ ସଫଳ ହୁଏ, ତେବେ ମୁଁ ଢ଼ାକା ଯିବି ଏବଂ ବଙ୍ଗୀୟ ଯୁବକଙ୍କ ସହିତ ରାତ୍ରୀ ଭୋଜନ କରିବି।” ତାଙ୍କର ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।
ଭାରତ ଆସନ୍ତାକାଲି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଟୁର୍ନାମେଣ୍ଟର ଚତୁର୍ଥ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ଏକ୍ସରେ ପୋଷ୍ଟ କରି ବାଂଲାଦେଶ ଖେଳାଳିଙ୍କୁ ଏ ଅଫର ଦେଇଛନ୍ତି।
Powered by Froala Editor