ଇସ୍ରାଏଲ ଗସ୍ତ କଲେ ଜୋ ବାଇଡେନ

ୱାଶିଂଟନ: ଇସ୍ରାଏଲ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଇତମଧ୍ୟରେ ୧୨ ଦିନ ହୋଇଛି । ଏହାରି ଭିତରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିଛନ୍ତି ଜୋ ବାଇଡେନ । ଇସ୍ରାଏଲକୁ ସମର୍ଥନ ଜାଣାଇ ଇସ୍ରାଏଲ ଗସ୍ତ କରିଛନ୍ତି ଜୋ ବାଇଡେନ । ଆଜି ସେଠାରେ ବରିଷ୍ଠ ନେତାଙ୍କ ସହ ଆଲୋନଚା କରିବେ । ଜୋର୍ଡାନ ଗସ୍ତ କାର୍ୟ୍ୟକ୍ରମକୁ ବାଜି କରିଛନ୍ତି ବାଇଡେନ । ଗାଜା ହସ୍ପିଟାଲରେ ବିସ୍ଫୋରଣ ପରେ ବାଇଡେନଙ୍କ ଜୋର୍ଡାନରେ ହେବାକୁ ଥିବା ଆରବ ନେତାଙ୍କ ସହ ହେବାକୁ ଥିବା ଶିଖର ବୈଠକ ବାତିଲ ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ତେଣୁ ଜୋ ବାଇଡେନଙ୍କ ଇସ୍ରାଏଲ୍ ଗସ୍ତ କରିଛନ୍ତି । ଗାଜା ହସ୍ପିଟାଲ ଉପରେ ରକେଟମାଡରେ ୫୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଏ ନେଇ ଶୋକବ୍ୟକ୍ତି କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବାଇଡେନ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ବାଇଡେନ ଖୁବଶୀଘ୍ର ଫିଲିଫାଇନ୍ସ ଏବଂ ଜୋର୍ଡାନ ନେତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ । ଆଗାମୀ ଦିନରେ ସମସ୍ତଙ୍କ ସହ ଯୋଗାଯୋଗରେ ରହିବେ । ସେପଟେ ବାଇଡେନଙ୍କୁ ଇସ୍ରାଏଲ ଗସ୍ତ ପୂର୍ବରୁ ଗାଜାରେ ବଡ ଏୟାକଷ୍ଟ୍ରାଇକ ହୋଇଛି । ଗାଜା ହସ୍ପିଟାଲ ଉପରେ ରକେଟମାଡରେ ୫୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ମୃତକକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି । ଇସ୍ରାଏଲ ପକ୍ଷରୁ ରକେଟ ମାଡ ହୋଇଥିଲା ହମାସ ଅଭିଯୋଗ କରିଛି । ହମାସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ପକ୍ଷରୁ ରକେଟ ମାଡ଼ ହୋଇଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ।
Powered by Froala Editor