ବାହାନଗା ଟ୍ରେନ ଦୁର୍ଘଟଣା: ୨୮ ଟି ମୃତଦେହକୁ ଅନ୍ତିମ ସତ୍କାର
ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଶବ ସକ୍ରାର । ଏମ୍ସରେ ସଂରକ୍ଷିତ ଥିବା ସମସ୍ତ ୨୮ ଟି ମୃତଦେହକୁ ଭରତପୁର ଶ୍ମଶାନରେ ଅନ୍ତିମ ସତ୍କାର କରିଚି ବିଏମ୍ ସି । ସମସ୍ତ ୨୮ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯାଇଛି ।
ଅନ୍ତିମ ପ୍ରକ୍ରିୟାକୁ ସମାପ୍ତ କରିଛି ଏମ୍ସ । ଏହି ପ୍ରକ୍ରିୟା ପରେ, ଏମ୍ସ ଠାରେ କୌଣସି ମୃତଦେହ ନାହିଁ । ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦୁଇଟି ପର୍ୟ୍ୟାୟରେ ୧୬୨ମୃତଦେହ ଗ୍ରହଣ କରିଥିଲା । ପ୍ରଥମ ପର୍ୟ୍ୟାୟରେ ୮୧ଟି ମୃତଦେହ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ, ଏକାଧିକ ଦାବିଦାର ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଶରୀରର DNA ନମୁନା ତଥା ଦାବିଦାରଙ୍କୁ ମେଳ ପାଇଁ ନୂଆଦିଲ୍ଲୀ ପଠାଯାଇଥିଲା ।
ଦ୍ୱିତୀୟ ପର୍ୟ୍ୟାୟରେ ଶରୀର ହସ୍ତାନ୍ତର ପ୍ରକ୍ରିୟାରେ, ଏମ୍ସରେ ୨୮ଟି ଶରୀର ସଂରକ୍ଷିତ କରାଯାଇଥିଲା । ସମୁଦାୟ ୧୬୨ଟି ଶରୀର ଗ୍ରହଣ କରାଯାଇଥିବାବେଳେ ପ୍ରକ୍ରିୟା ବର୍ତ୍ତମାନ ସମାପ୍ତ ହୋଇଛି ।
Powered by Froala Editor