ଶୋଇଥିଲେ ମାଆ ପୁଅ, ଚଢ଼ିଗଲା ଟ୍ରକ୍
କାମାକ୍ଷାନଗର: ଶୋଇଥିବା ବେଳେ ମାଆ ଓ ପୁଅଙ୍କ ଉପରେ ଟଢିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ୪ଜଣ। ପର୍ଜଙ୍ଗ ମେଡିକାଲରେ ମାଆର ମୃତ୍ୟୁ ହୋଇଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅର ପ୍ରାଣହାନି ଘଟିଛି। ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡ଼ିଆରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘଟିଛି ଏହି ଅଘଟଣ। ମୃତକ ହେଲେ ମାଆ ରୁନୁ ପଧା ଓ ପୁଅ ଲିପୁ ପଧାନ। ସବୁଦିନପରି ଗତକାଲି ମଧ୍ୟ ଯାତ୍ରାପଡ଼ିଆରେ ବିଳମ୍ବିତ ରାତିରେ ରୁନୁ ପ୍ରଧାନ ତାଙ୍କର ମାଆ ଚିତ୍ର ପ୍ରଧାନ, ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୁରରେ ସ୍ବାମୀ ତ୍ରିନାଥ ପ୍ରଧାନ ଶୋଇଥିଲେ। ଶୋଇଥିବା ବେଳେ ଟ୍ରକଟି ମାଆ ଓ ପୁଅଙ୍କ ଉପରେ ଚଢ଼ିଯାଇଥିଲା। ଚିକିତ୍ସା ପାଇଁ ଉଭୟଙ୍କୁ କାମାକ୍ଷାନଗର ଓ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଣେ ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି।
Powered by Froala Editor