ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଫସିଲେ ପାକିସ୍ତାନୀ ଆଙ୍କର

ଦିନିକିଆ ବିଶ୍ୱକପରେ ହିନ୍ଦୁ ଧର୍ମର ଦେବା-ଦେବୀଙ୍କୁ ଅପମାନ କରିଛନ୍ତି ପାକିସ୍ତାନର ଟିଭି ପ୍ରେଜେଣ୍ଟର ଜେନବ ଅବାସ । ଫଳରେ ବର୍ତ୍ତମାନ ତାଙ୍କୁ ଭାରତରୁ ବିଦା କରି ଦିଆଯାଇଛି ।
ପାକିସ୍ତାନର ମହିଳା ପତ୍ରକାର ଜେନବ ଅବାସ ଦିନିକିଆ ବିଶ୍ୱକପ ହୋଷ୍ଟ କରିବା ପାଇଁ ଭାରତ ଆସିଥିଲେ । କିନ୍ତୁ ବିଶ୍ୱକପ ସମୟରେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଏକ ଅପମାନଜନକ ବୟାନ ଦେଇଥିଲେ ଜେନବ । ଭାରତର ଜଣେ ଆଇନଜୀବୀ ବିନୀତ ଜିନ୍ଦଲ ପାକିସ୍ତାନୀ ଆଙ୍କରଙ୍କ ବିରୋଧରେ ୯ ବର୍ଷ ଏକ ପୁରୁଣା ଟ୍ୱିଟର ପୋଷ୍ଟକୁ ନେଇ ସାଇବର ସେଲରେ ଅଭିଯୋଗ ଆଣିଥିଲେ । ଏହି ପୋଷ୍ଟରେ ଜେନବ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅନେକ କିଛି କହିବା ସହ ଅପମାନଜନକ ମନ୍ତବ୍ୟ ଲେଖିଥିବା ଅଭିଯୋଗ କରିଥିଲେ ବିନୀତ ।
ଏହି ଅଭିଯୋଗ ଆଧାରରେ ଜେନବଙ୍କ ବିରୋଧରେ ଦିଲ୍ଲୀ ପୋଲିସ ୧୫୩-ଏ, ୨୯୫, ୫୦୬ ଏବଂ ୧୨୧ ଦାରାରେ ମାମଲା ରୁଜୁ କରିଛି । ଏହାସହିତ ଯଥାଶୀଘ୍ର ତାଙ୍କୁ ବିଶ୍ୱକପ ପ୍ରେଜେଣ୍ଟର ତାଲିକାରୁ ବାଦ୍ ଦେବା ପାଇଁ ଦାବି ହୋଇଛି । ତେବେ ସେ ଭାରତରୁ ବିଦା ହୋଇଥିବା ବେଳେ ଦୁବାଇରେ ଥିବା ଜାଣିବାକୁ ମିଳିଛି ।
Powered by Froala Editor