ଗୁଡ଼ ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ବିଭାଗ ଦାୟିତ୍ୱ ନିର୍ବାହ କରୁଥିବା ଗୋଆ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଜିଏସଟି ପରିଷଦ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି |
ଗୁଡ଼ ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯାଇଛି । ଚିନି ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରିବ । ଗୁଡ଼ ମଧ୍ୟ ଏହାର ଉତ୍ପାଦନରେ ଏକ ଉପାଦାନ ହୋଇଥିବାରୁ ଏହା ଦ୍ୱାରା ଗୋଖାଦ୍ୟ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଏଚ୍ଏସ୍ ୫୬୦୫ ଅଧୀନରେ ଆସୁଥିବା ତଥା ସିଲେଇ ଏବଂ ଏମ୍ବ୍ରୋଡୋରୀରେ ବ୍ୟବହୃତ ମେଟାଲାଇଜ୍ଡ ପଲିଏଷ୍ଟର ଫିଲ୍ମ/ପ୍ଲାଷ୍ଟିକ୍ ଫିଲ୍ମରୁ ନିର୍ମିତ ଇମିଟେସନ ଜରି ସୂତା ବା ସୂତା କୁ ୫% ଜିଏସ୍ ଟି ହାର ଥିବା ଇମିଟେସନ ଜରି ସୂତା ବା ସୂତା ଏଣ୍ଟ୍ରି ମାଧ୍ୟମରେ କରାଯାଇଛି। ତେବେ ପଲିଏଷ୍ଟର ଫିଲ୍ମ (ମେଟାଲାଇଜ୍ଡ୍) /ପ୍ଲାଷ୍ଟିକ୍ ଫିଲ୍ମ ଉପରେ ଇନଭର୍ସନ କ୍ଷେତ୍ରରେ କୌଣସି ରିଫଣ୍ଡ କରାଯିବ ନାହିଁ।
Powered by Froala Editor