ମିଠା ଖୁଆଇ ପାଦ ଛୁଇଁଲେ, ବାବାଙ୍କୁ ଗିରଫ କରିନେଲେ ପୁଲିସ
ବାବା ରାମ ଶରଣଙ୍କ ପାଦ ଛୁଇଁଲେ । ଫୁଲମାଳ ପକାଇ ମିଠା ଖୁଆଇଲେ । ବାବା ଭାବିଲେ ଭକ୍ତ ଆସିଛନ୍ତି । ହେଲେ ସାଧା ପୋଷାକରେ ଆସିଥିଲେ ପୁଲିସ । କିଛି ଭାବିବା ଆଗରୁ ବାବାଙ୍କୁ ସ୍ମିତହାସ୍ୟ ଦେଇ ଉଠାଇ ନେଇଥିଲେ ପୁଲିସ । ଏ ଘଟଣା କୌଣସି ଫିଲ୍ମର ନୁହେଁ । ଅସଲ ଜୀବନରେ ଏପରି ଘଟିଛି । ବାବା ରାମ ଶରଣଙ୍କୁ ଗିରଫ କରିବାକୁ ମଧ୍ୟପ୍ରଦେଶ ପୁଲିସ ଏପରି କରିଛି ।
ମଧ୍ୟପ୍ରଦେଶ ପୁଲିସ ଟିମ୍ ଉତ୍ତରପ୍ରଦେଶର ମଥୁରାରେ ଥିବା ଏକ ମନ୍ଦିରକୁ ସାଧା ପୋଷାକରେ ଭକ୍ତ ଭାବରେ ଯାଇ ବାବାଙ୍କ ପାଖରେ ପହଞ୍ଚିଥିଲା। ଗିରଫ କରିବା ପୂର୍ବରୁ ଅଧିକାରୀମାନେ ବାବାଙ୍କୁ ମିଠା ଏବଂ ଫୁଲମାଳ ଅର୍ପଣ କରିଥିଲେ। ଏହା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏସବୁ କରିବା ପରେ ବାବାଙ୍କ କାନ ପାଖକୁ ଯାଇ ଆପଣଙ୍କୁ ଗିରଫ କରିବାକୁ ଆସିଛୁ ବୋଲି କହିଥିଲେ।
ବାବା ରାମ ଶରଣ ମଧ୍ୟପ୍ରଦେଶର ମୋରେନାରେ ଏକ ଜମି ବିବାଦ ମାମଲାରେ ଅଭିଯୁକ୍ତ ଥିଲେ। ଏହି ମାମଲାକୁ ନେଇ ଗିରଫ ହେବାର ଡର ଥିବାରୁ ସେ ମଥୁରାକୁ ପଳାଇ ଆସିଥିଲେ। ପରେ ପୁଲିସ ଖୋଜାଖୋଜି କରି ତାଙ୍କୁ ମଧୁରାର ରାମ ଜାନକୀ ମନ୍ଦିର ଆଶ୍ରମରୁ ଗିରଫ କରିଥିବା ଜଣାପଡ଼ିଛି।
ପୁଲିସ ଅଧିକାରୀ କହିଛନ୍ତି ଯେ ମୋରେନାର ଏକ ମନ୍ଦିରକୁ ଲାଗିଥିବା ୬ ଏକରରୁ ଅଧିକ ଜମିରେ ନିର୍ମିତ ଦୋକାନଗୁଡ଼ିକରୁ ଭଡା ନେବା ପାଇଁ ବାବା ଏକ ନକଲି ଟ୍ରଷ୍ଟ ତିଆରି କରିଥିବା ଅଭିଯୋଗ ହୋଇଛି।
Powered by Froala Editor