ଇସ୍ରାଏଲରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ଭାରତୀୟଙ୍କ ପାଇଁ ସତର୍କ ସୂଚନା
ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ ବୋଲି ଇସ୍ରାଏଲ କହିଛି । ଏହା ସହିତ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କରାଯାଇଛି । ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ମଧ୍ୟର ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରୀ କାରାଯାଇଛି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ପକ୍ଷରୁଜାରି କରିଥିବା ବିବୃତିରେ କହିଛି ଯେ ଇସ୍ରାଏଲରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।
ଗାଜାରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସହର ଉପରେ ପ୍ରାୟ ୨୫୦୦ ରକେଟ୍ ପ୍ରକ୍ଷେପଣ କରାଯାଇ ଜେରୁଜେଲମ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପାଲେଷ୍ଟାଇନ୍ ଆତଙ୍କବାଦୀମାନେ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରେ ଦେଶର ଦକ୍ଷିଣରେ ଅନୁପ୍ରବେଶ କରିଥିଲେ। ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା ।
Powered by Froala Editor