ଜଣେ ଶିଶୁ ପାଇଁ ନିଜ ଅସ୍ଥିମଜ୍ଜା ଦାନ କରିଦେଲେ ଡାକ୍ତର
ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । ଏ କଥା ସତ କରିଦେଇଛନ୍ତି ପ୍ଲୋରିଡାର ଡାକ୍ତର ଅଲ୍ଲୀ ଆଲସମରା। ଆଡଭେନ ହେଲ୍ଥର ହୃଦରୋଗ ବିଶେଷଜ୍ଞ ଅଲ୍ଲୀ ଆଲସମରା। ଅଲୀ ନିଜର ଭାବନାକୁ ସେ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଯେଉଁ ପୋଷ୍ଟ ସକରାତ୍ମକ ଓ ପ୍ରେରଣାଦାୟକ। ଜଣକର ଜୀବନ ବଞ୍ଚାଇବାକୁ ସମର୍ଥ ହେବା ପରେ ଆତ୍ମସନ୍ତୋଷ ଅନୁଭବ ହେଉଥିବା ସେ କହିଛନ୍ତି।
ଜଣେ ଛୋଟ ପିଲା ବୋନ୍ ମ୍ୟାରୋ(ଅସ୍ଥିମଜ୍ଜା)ର ଆବଶ୍ୟକ ଥିବା ସେ ଜାଣିବାକୁ ପାଇଥିଲେ। ନିଜର ବୋନ୍ ମ୍ୟାରୋ ମ୍ୟାଚ୍ ହେବା ଜାଣିବା ପରେ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ସେ ବିଚଳିତ ହୋଇନଥିଲେ। ସେ କହିଛନ୍ତି ଯେ ମୁଁ ଆଶା କରୁଛି ଅସ୍ଥିମଜ୍ଜା ଦାନ କରିବା ବିଷୟରେ ସାଧାରଣ ଲୋକ ଅବଗତ ହେବେ। ଏହି ବାର୍ତ୍ତା ଦାତାଙ୍କୁ ଆହୁରି ପ୍ରୋତ୍ସାହିତ କରିବ।
ସେ ଆହୁରି କହିଛନ୍ତି, ଅନେକ ଦିନ ତଳେ ତାଙ୍କର ଜଣେ ବନ୍ଧୁ କର୍କଟ ରୋଗରେ ସଂଗ୍ରାମ କରୁଥିବା ବେଳେ ଜଣେ ଡୋନର୍ଙ୍କ ପାଇଁ ଜୀବନ ବଞ୍ଚିଯାଇଥିଲା। ସେହିଠାରୁ ସେ ଅନୁପ୍ରାଣିତ ହୋଇ ଏପରି କାର୍ଯ୍ୟ କରିଛନ୍ତି।
Powered by Froala Editor