ପ୍ରଥମ ଶ୍ରେଣୀ ଛାତ୍ର ଉପରେ ଖସିପଡ଼ିଲା ରାସ୍ତା ଫଳକ
ରାସ୍ତା କାମର ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧିନସ୍ଥ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁରେ ଏପରି ହୃଦୟବିଦାରକ ଘଟଣା ଘଟିଛି।
ଧାମନଗର ବ୍ଲକ ଅଧିନସ୍ଥ ଗଡ଼ିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମର ସୌଭାଗ୍ୟ ରଞ୍ଜନ ନାୟକଙ୍କ ୬ ବର୍ଷର ପୁଅ ଅସିତ ନାୟକ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଛାତ୍ର। ବିଦ୍ୟାଳୟର ଖେଳ ଛୁଟିରେ ଖେଳୁଥିବା ଅବସ୍ଥାରେ ଫଳକ ପଡ଼ି ଛାତ୍ର ଜଣକ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟାଳୟର ଶିକ୍ଷକଙ୍କ କହିବାନୁଯାଇ ଖାଇସାରି ଅସିତ ବୁଢୀମା ପାଖକୁ ଯାଇଥିଲେ କାରଣ ଅସିତଙ୍କ ବୁଢୀମା ସେହି ସ୍କୁଲରେ ରୋଷେଇଆ ଭାବେ କାମ କରନ୍ତି। ଚାରି ମାସ ତଳେ କାର୍ଯ୍ୟ ହୋଇଥିବା ଫଳକଟି ଭାଙ୍ଗି ନଷ୍ଟ ହେବା ଫଳରେ ପାଖରେ ଥିବା କାନ୍ଥରେ ଡେରି ହୋଇ ରହିଥିଲା।
ସେହି ସମୟରେ ଫଳକ ଆସିତଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor