ସିକିମରେ ବନ୍ୟା, ୨୩ ଯବାନ ଭାସି ଯାଇ ନିଖୋଜ

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ଯୋଗୁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ତୀସ୍ତା ନଦୀରେ ଗତକାଲି ରାତିରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ପ୍ରାୟ ୨୩ ଯବାନ ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଉଦ୍ଧାର କାର୍ୟ୍ୟରେ ସାମିଲ ହେବାରୁ ଆଖପାଖ ରାଜ୍ୟରୁ ସେନା ଯବାନ ସିକିମରେ ପହଞ୍ଚୁଥିବା ଜଣାଯାଇଛି।
ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି।
ବାଦଲ ଫଟା ବର୍ଷା ହେତୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଚୁଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯିବାରୁ ତଳି ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସିଙ୍ଗତମ ନିକଟରେ ଛିଡ଼ା ହୋଇଥିବା ଯାନବାହନ ଭାସିଯାଇଛି।v ଏହି ଫ୍ଲାସ୍ ଫ୍ଲଡ ଯୋଗୁ ୨୩ ଯବାନଙ୍କ ସମେତ ଆହୁରି ବହୁ ସାଧାରଣ ଲୋକ ବି ଭାସି ଯାଇଥିବା ଜଣାଯାଇଛି। ଅପରପକ୍ଷେ, ନଦୀର ସ୍ରୋତ ପ୍ରଖର ଥିବାରୁ ଏପରି ସମୟରେ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ସେନା ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ଛିଡ଼ା କରିଛି।
Powered by Froala Editor