ତ୍ବଚା ପାଇଁ ଲାଭଦାୟକ ବିଅର
ଆମେ ସମସ୍ତେ ଜାଣିଛୁ ଯେ ବିଅର ଆମ ସ୍ବାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ କ୍ଷତିକାରକ।ବିଅର ପାଇଁ ଆମ ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବିଅର ଆପଣଙ୍କ ତ୍ବଚାପାଇଁ ନିମନ୍ତେ କେତେ ଲାଭଦାୟକ। ବର୍ତ୍ତମାନ ପ୍ରାୟ ଲୋକ ବିଅର ପିଉଛନ୍ତି।
ବିଅର ପିଇବା ଫଳରେ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ କିନ୍ତୁ ଏହା ଆମତ୍ବଚାରେ ଲଗାଇଲେ ଏକ ଔଷଧ ଭାବେ କାମ କରିଥାଏ। ଆଜି ଆମେ ଜାଣିବା ବିଅର ଆମ ତ୍ବଚା ପାଇଁ କିପରି ଲାଭଦାୟକହୋଇଥାଏ।
ଆପଣଙ୍କ ତ୍ବଚାରେ ଯଦି କଳାଦାଗ ହୋଇଥାଏ ତେବେ ତୁଳସୀ ପତ୍ରକୁ ବାଟିସେଥିରେ ବିଅରର କିଛି ବୁନ୍ଦା ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ନିଜ ତ୍ବଚାରେପାଖାପାଖି ୩୦ମିନିଟ୍ ଲଗାଇ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଆପଣଙ୍କ କଳା ଦାଗଦୂର ହୋଇଯିବ।
ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଦୁଇ ଚାମଚ ଅଲିଭ ତେଲ ଏବଂଏଥିରେ ଦୁଇ ଚାମଚ ମହୁ ଏବଂ ଏକ ଚାମଚ ଲେମ୍ବୁ ରସ ଏବଂ ବିଅରର ଅଳ୍ପ ବୁନ୍ଦା ପକାଇ ମିଶ୍ରଣ ପ୍ରସ୍ତୁତକରନ୍ତୁ। ଏହି ମିଶ୍ରଣକୁ ପାଖାପାଖି ୧୫ମିନିଟ୍ ତ୍ବଚାରେ ଲଗାନ୍ତୁ। ଏହିପରି ସପ୍ତାହେ କଲେ ଆପଣଙ୍କୁତେଲିଆ ତ୍ବଚାରୁ ମୁକ୍ତି ମିଳିବ।
Powered by Froala Editor