ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ପଦକ
ଏସିଆନ ଗେମ୍ସ ଦଶମ ଦିନରେ ଭାରତକୁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି। ମହିଳା ଜାଭେଲିନରେ ସ୍ୱର୍ଣ୍ଣ ଜିତିଛନ୍ତି ଅନୁ ରାଣୀ। ସେ ୬୨.୯୨ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଅନୁ ରାଣୀ ତୃତୀୟ ପ୍ରୟାସ ଯାଏ ୬୧.୨୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଲିଡ୍ରେ ରହିଥିଲେ। ତଥାପି ସେ ୪ର୍ଥ ଉଦ୍ୟମରେ ୬୨.୯୨ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଏହାପରେ ସେ ଆଉ ଦୁଇ ଥର ଜାଭେଲିନ ପିଙ୍ଗି ଥିଲେ ମଧ୍ୟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୨.୯୨ ମିଟର ରହିଥିଲା। ଫଳରେ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି।
୫ ହଜାର ମିଟର ଦୌଡରେ ଧାବିକା ପାରୁଲ ଚୌଧୁରୀ ସ୍ୱର୍ଣ୍ଣ ଜିତିଛନ୍ତି। ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଟାର୍ଗେଟକୁ ଅତିକ୍ରମ କରି କୀର୍ତ୍ତିମାନ ହାସଲ କରିଥିଲେ। ଚଳିତ ଏସିଆ ଗେମ୍ସରେ ପାରୁଲଙ୍କ ଏହା ଦ୍ୱିତୀୟ ପଦକ ଥିଲା। କାରଣ ସୋମବାର ଷ୍ଟିପଲଚେଜ୍ର ୩୦୦୦ ମିଟର ରେସ୍ରେ ସେ ରୌପ ପଦକ ଜିତିଥିଲେ।
ଅନ୍ୟପକ୍ଷରେ ୮ଶହ ମିଟର ଡିକାଥଲନର ପୁରୁଷ ବର୍ଗରେ ରୌପ୍ୟ ଜିତିଛନ୍ତି ଅଫଜଲ ଶଙ୍କର। ୧ ହଜାର ମିଟର କାନୋଇଂ ଡବଲ ପୁରୁଷ ବର୍ଗରେ ମିଳିତ ଭାବେ ବ୍ରୋଞ୍ଜ ଜିତିଛନ୍ତି ଅର୍ଜୁନ ସିଂ ଏବଂ ସୁନୀଲ ସିଂ ସଲାମ। ବକ୍ସିଂର ୫୪ କେଜି ମହିଳା ବର୍ଗରେ ବକ୍ସର ପ୍ରୀତି ପାୱାର ବ୍ରୋଞ୍ଜ ମେଡାଲ ହାତେଇଛନ୍ତି। ସେପଟେ କ୍ରିକେଟରେ ନେପାଳକୁ ହରାଇ ସେମିକୁ ପ୍ରବେଶ କରିଛି ଭାରତ। ଆଜିର ପଦକକୁ ମିଶାଇ ଏବେ ସୁଦ୍ଧା ୬୮ଟି ପଦକ ଭାରତ ଖାତାକୁ ଆସିଲାଣି।
Powered by Froala Editor