ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା ମହିଳାମାନଙ୍କ ପାଇଁ ଶ୍ରୀ ସତ୍ୟସାଇ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
୧୯୮୧ ମସିହାରେ ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଅଧୀନରେ ପ୍ରତିଷ୍ଠିତ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଓଡ଼ିଶା ବହୁ ବର୍ଷ ଧରି ମହିଳାମାନଙ୍କର ମାନବିକ ମୂଲ୍ୟ ବୋଧ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି।
ଛାତ୍ରୀମାନଙ୍କୁ ସମସାମୟିକ କୌଶଳ ଶିକ୍ଷା ଦେବା ପାଇଁ ଅନୁଷ୍ଠାନରେ ଅନୁରୋଧ କ୍ରମେ ଶ୍ରୀ ସତ୍ୟସାଇ ଟ୍ରଷ୍ଟ, ଓଡ଼ିଶା, ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳାମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରୁଛି।
ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶି ଲାଲ ୨୯ ସେପ୍ଟେମ୍ବର ୨୦୨୩ରେ ଏହି ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
୧୪୦୦୦ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ବିସ୍ତୃତ ଏହି ପ୍ରସ୍ତାବିତ ଦକ୍ଷତା ବିକାଶ କେନ୍ଦ୍ର ପ୍ରଥମ ପର୍ୟ୍ୟାୟରେ ତଥ୍ୟସଂକଳନ, ଫ୍ୟାଶନ୍ଡିଜାଇନ୍, ଖାଦ୍ୟପ୍ରକ୍ରିୟାକରଣ, ଜୈବିକ କୃଷି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କରିବ। ଏହି କାର୍ୟ୍ୟକ୍ରମରେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ, ପ୍ରଶାନ୍ତିନିଳୟମର ପରିଚାଳନା ନ୍ୟାସୀ ଶ୍ରୀଯୁକ୍ତ ଆର.ଜେ.ରତ୍ନାକର ଉପସ୍ଥିତ ଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ କର୍ଣ୍ଣାଟକ ଓ ଗୋଆର ଆୟକର ବିଭାଗର ମୁଖ୍ୟ କମିଶନର ଶ୍ରୀ ଜଷ୍ଟି କ୍ରୀଷ୍ଣା କିଶୋର ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅନେକପ୍ରଶାସନିକ ଅଧିକାରୀ ତଥା କର୍ପୋରେଟ ବିଭାଗରୁ ଅନେକ ମାନ୍ୟଗଣ ବ୍ୟକ୍ତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ।
ମହାମହିମ ରାଜ୍ୟପାଳ ତାଙ୍କ ଭାଷଣରେ ଯୁବତୀମାନଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଉତ୍ତମ ପଦକ୍ଷେପ ପାଇଁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ଆର.ଜେ. ରତ୍ନାକରଦେଶ ନିର୍ମାଣପାଇଁଯୁବ ମହିଳାମାନଙ୍କୁ ସମସ୍ତ ପ୍ରକାରର ଶିକ୍ଷାପ୍ରଦାନ ନିମନ୍ତେ ଶ୍ରୀସତ୍ୟସାଇ ବାବା ଦେଇଥିବା ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ରାଜ୍ୟ ସଭାପତି ଡ଼. ସତ୍ୟ ସ୍ୱରୂପ ପଟ୍ଟନାୟକ ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଶ୍ରୀ ସତ୍ୟସାଇ ବାବା ପ୍ରଦାନ କରିଥିବା ବାର୍ତ୍ତାକୁ ଫଳପ୍ରସୂ କରିବା ପାଇଁ ଉପସ୍ଥିତ ସମାବେଶକୁ ଆହ୍ଵାନ କରିଥିଲେ । ୫୦୦ରୁ ଅଧିକ ବ୍ୟକ୍ତି ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ ।
Powered by Froala Editor