ଏଫଏସଏସଏଆଇର ନୋଟିସ ଜାରି: ମିଠା ବିକ୍ରି ହେବନି ଖୋଲାରେ
ନୂଆଦିଲୀ: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ। ତେବେ ମିଠା ବିକ୍ରେତାଙ୍କୁ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରଟି ଅଫ ଇଣ୍ଡିଆ(ଏଫଏସଏସଏଆଇ) ନୋଟିସ ଜାରି କରିଛି।
ନିର୍ଦ୍ଦେଶନାମା ଜାରି କରି ଏଫଏସଏସଏଆଇ କହିଛି, ମିଠା ତିଆରି କରୁଥିବା ଦୋକାନୀମାନେ ଖୋଲା ସ୍ଥାନରେ ମିଠା ତିଆରି କରିବା ଠାରୁ ଦୂରେଇ ରହିବା ଉଚିତ। ଏଥି ସହିତ, ଯଦି କୌଣସି ଦୋକାନୀ ନିୟମ ପାଳନ ନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଖାଦ୍ୟ ପଦାର୍ଥରେ ଉତ୍ତମ ଗୁଣବତ୍ତା ବଜାୟ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ଏଥିରେ କୁହାଯାଇଛି। ମିଠାରେ ଅପମିଶ୍ରଣ ହେଉଥିବା କଞ୍ଚା ମାଲର ନିରାପତ୍ତା ବିଶେଷକରି ଦୁଗ୍ଧଜାତ ଦ୍ରବ୍ୟ ଉତ୍ତମ ଗୁଣବତ୍ତାର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor