ବୁଲି ବୁଲି ସାହାଯ୍ୟ ମାଗୁଥିଲା ବଳାତ୍କାର ପୀଡିତା, ସାହାଯ୍ୟ ତ ଦୂର କଥା କପଡ଼ା ଖଣ୍ଡେ କେହି ଦେଲେନି
ଆଜିକା ସମାଜରେ ଲୋକଙ୍କ ମାନସିକତା କୁତ୍ସିତ ହୋଇଗଲାଣି । ଯେଉଁଠି ଭୋଜିଭାତ ଦାନପୂଣ୍ୟ ଦେଇ ଲୋକେ ରିଲ୍ସ କରୁଛନ୍ତି ସେଠି ଜଣେ ବଳାତ୍କାର ପୀଡିତାକୁ ଖଣ୍ଡେ କପଡା ଦେବାକୁ କୁଣ୍ଠାବୋଧ । ପ୍ରଶଂସା ସାଉଁଟିବାକୁ ସମାଜର ଲୋକମାନେ ଆଗେଇ ଆସୁଥିବାବେଳେ ପଛରେ ସେମାନଙ୍କ ଚେହେରା ଅତି ବିକୃତ । ଜଣେ ନାବାଳିକା ବଳାତ୍କାର ପୀଡିତା ଦୁଆର ଦୁଆର ବୁଲି ସାହାଯ୍ୟ ମାଗୁଥିବାବେଳେ ତାକୁ ଘଉଡାଇଦେବା ଭଳି ଚିତ୍ର ସାମ୍ନାକୁ ଆସିବା ପରେ ଆମେ ମଣିଷ କହିବାକୁ ଲାଜ ଲାଗୁଛି । ଏପରି ଏକ ଘୃଣ୍ୟ ଘଟଣା ମଧ୍ୟପ୍ରଦେଶର ଉଜୈନରେ ଘଟିଛି। ସିସିଟିଭି ଭିଡିଓରେ ଅସହାୟ ନାବାଳିକାର ଏହି କରୁଣ ଚିତ୍ର ସାଧାରଣ ଲୋକଟିକୁ ବିଚଳିତ କରିଦେବ।
ପୁଲିସର କହିଛି ଯେ, ଜଣେ ୧୨ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ଏକ ଛୋଟିଆ ପୋଷାକରେ ଶରୀରକୁ ଆବରଣ କରି ରାସ୍ତାରେ ବୁଲି ବୁଲି ସାହାଯ୍ୟ ମାଗୁଥିଲେ। ରକ୍ତ ଜୁଡୁବୁଡୁ ଅବସ୍ତାରେ ସାହାଯ୍ୟ ଟିକିଏ ପାଇଁ ଦୁଆର ଦୁଆର ବୁଲୁଥିଲେ ହେଲେ କେହି ସାହାଯ୍ୟ କରିନଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଦେଖି ଘଉଡାଇ ଦେଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳୁଛି।
ଶେଷରେ ସେ ଏକ ଆଶ୍ରମରେ ପହଞ୍ଚିଥିଲେ। ତାଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଦେଖି ସନ୍ଥ ଜଣକ ତୁରନ୍ତ ତାଙ୍କ ଉପରେ ଏକ ଚାଦର ଘୋଡାଇ ଦେଇଥିଲେ। ତାଙ୍କ ଶରୀରେ ଥିବା କ୍ଷତ ଚିହ୍ନ ଗୁରୁତର ଥିବାରୁ ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏତିକି ବେଳେ ପୁଲିସ୍ କର୍ମଚାରୀ ରକ୍ତ ମଧ୍ୟ ଦେଇଛନ୍ତି।
ଯେତେବେଳେ ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ତାଙ୍କ ନାଁ ଓ ଠିକଣା ପଚାରି ଥିଲେ ସେତେବେଳେ ସେ କୌଣସି ଉତ୍ତର ଦେଇ ପାରି ନାହାନ୍ତି। ପୁଲିସ୍ ଏହି ଘଟଣାରେ ମାମଲାରେ ରୁଜୁ କରିଛି। ସରକାର ମଧ୍ୟ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି।
Powered by Froala Editor