ଡିସେମ୍ବର ୨୨ ନୁହେଁ ୨୧ରେ ରିଲିଜ ହେବ ‘ଡଙ୍କି’

ଶାହାରୁଖଙ୍କ ତୃତୀୟ ଫିଲ୍ମ 'ଡଙ୍କି' ରିଲିଜ୍ ହେବାକୁ ଯାଉଛି । ଖ୍ରୀଷ୍ଟମାସ ଛୁଟି ପାଇଁ ଏହା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୧ରେ ବିଦେଶରେ ରିଲିଜ ହେବାକୁ ଯାଉଛି । କୁହାଯାଉଥିଲା ଯେ ଫିଲ୍ମଟି ଡିସେମ୍ବର ୨୨ ଖ୍ରୀଷ୍ଟମାସରେ ରିଲିଜ ହେବ। କିନ୍ତୁ ଛୁଟି ପାଇଁ ଦିନକ ପୂର୍ବରୁ ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ମିଳିଛି ।
ଆଶା କରାଯାଉଛି ଯେ 'ଜବାନ' ଭଳି ଏହା ମଧ୍ୟ କ୍ରେଜ୍ କରିବ । ଖାଲି ସେତିକି ନୁହେଁ, ଏହାକୁ ଭାରତରେ ମଧ୍ୟ ଶୀଘ୍ର ରିଲିଜ୍ କରାଯାଇପାରେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର'ର ଡିସେମ୍ବର ୨୨ରେ ରିଲିଜ୍ ହେବାକୁ ଯାଉଛି । ଏହା ସ୍ପଷ୍ଟ ଯେ 'ସାଲାର' ବକ୍ସ ଅଫିସରେ ଶାହାରୁଖ ଖାନଙ୍କ 'ଡଙ୍କି'କୁ ଟକ୍କର ଦେବ । ଶାହାରୁଖ୍ ଖାନ୍ ଏବଂ ରାଜକୁମାର ହିରାନୀଙ୍କ ନିର୍ମିତ ଫିଲ୍ମ 'ଡଙ୍କି' ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ।
Powered by Froala Editor