ବିବାହ ପାଇଁ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ
ନୂଆଦିଲ୍ଲୀ : କରୋନା ଚେନକୁ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଜାରି କରାଯାଇଛି । ତେବେ ଲକଡାଉନ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଉଛି । ବିବାହ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ବିବାହ ପାଇଁ ବିଭିନ୍ନ ସ୍ଥାନରେ ଅନୁମତି ପ୍ରଦାନ କରାଯାଉଛି । ତେବେ ଏହାରି ଭିତରେ ବିବାହ ପାଇଁ ଟିକାକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯିବା ଘଟଣା ସାମନାକୁ ଆସିଛି । ମଧ୍ୟପ୍ରଦେଶ ସରକାର ଲକଡାଉନ କରି ରାଜ୍ୟରେ ବିବାହ ଉତ୍ସବକୁ ଅନୁମତି ଦେବା ପରେ ବାଲାଘାଟର ୱାରାସୋନିରେ ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ଦମ୍ପତିଙ୍କୁ ବିବାହ ପାଇଁ ଟୀକାକରଣ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ। ଏହି ନିଷ୍ପତ୍ତି ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି, ସ୍ଥାନୀୟବାସିନ୍ଦା ଏହାକୁ ବିରୋଧ କରି ଏହି ଆଦେଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି।
ସବ-ଡିଭିଜନାଲ ମାଜିଷ୍ଟ୍ରେଟ ସନ୍ଦୀପ ସିଂଙ୍କ ଦ୍ବାରା ଜାରି କରାଯାଇଥିବା ଏହି ଆଦେଶରେ ବିବାହ ପାଇଁ ଅନୁମତି ପାଇବା ପାଇଁ ଆବଶ୍ୟକ ପାଞ୍ଚଟି ଡକ୍ୟୁମେଣ୍ଟ ଉଲ୍ଲେଖ କରାଯାଇଛି। ବର ଓ କନ୍ୟା ତଥା ସେମାନଙ୍କ ପିତାମାତାଙ୍କର ଟୀକାକରଣ ପ୍ରମାଣପତ୍ର ଏକ ଜରୁରୀ ଅଟେ। ପ୍ରଶାସନ କହିଛି ଯେ ଟୀକାକରଣକୁ ପ୍ରୋତ୍ସାହିତ କରିବା ଏହି ଆଦେଶର ଉଦ୍ଦେଶ୍ୟ।
Powered by Froala Editor