Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, March 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

  • ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ...

  • ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କଲେ ...

  • ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ...

  • ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ...

  • କୋଭିଡ୍ ଭ୍ୟାକସିନ୍‌ର ପାର୍ଶ୍ୱ ...

  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

  • ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ...

  • 'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ...

Home ›› ››ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତ୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଞ୍ଚାଇବା- ଧର୍ମେନ୍ଦ୍ର ପ୍ରଧାନ

ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତ୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଞ୍ଚାଇବା- ଧର୍ମେନ୍ଦ୍ର ପ୍ରଧାନ

2023-09-24 08:12:42
14914
Share:
Facebook
Twitter
E-Mail
WhatsApp
Telegram
ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତ୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଞ୍ଚାଇବା- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର - ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଏହି ବିଷୟକୁ ଭାରତର ଘରେ ଘରେ ପହଞ୍ଚାଇବା । ଓଡ଼ିଶାର ୫୦ ହଜାର ଗାଁରେ ମଧ୍ୟ ସାଧାରଣ ସଭା କରି ମୋଦିଜୀଙ୍କର ଏହି ଐତିହାସିକ ବାର୍ତ୍ତାକୁ ପହଞ୍ଚାଇବା ବୋଲି ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ପ୍ରେସମିଟରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ହେଉଛି ଭାରତର ପ୍ରଥମ ରାଜନୈତିକ ଦଳ ଯିଏ ୧୯୯୪ ମସିହାରେ ଗୁଜୁରାଟର ଭଡୋଦରାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଏକ ଆନୁଷ୍ଠାନିକ ସଂକଳ୍ପ ଗୃହୀତ କରିଥିଲା ଏବଂ ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ଦାବି କରିଥିଲା । ଆମ ସରକାର ସବୁବେଳେ ମହିଳାଙ୍କୁ ଜନପ୍ରତିନିଧିତ୍ୱ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଦଶନ୍ଧି ଦଶନ୍ଧି ଧରି ଚେଷ୍ଟା କରିଆସିଛି ଏବଂ ଏହି ଅଧିନିୟମକୁ ସବୁବେଳେ ସମର୍ଥନ କରିଆସିଛି । ବିଜେପି ସରକାର ଆସିବା ପୂର୍ବରୁ ୧୯୯୬ରେ ଏଚ.ଡି. ଦେବଗୌଡ଼ା ସରକାରରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ୮୧ତମ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଥିଲା । ଏହାକୁ ଗୃହରେ ବିଜେପି ସମର୍ଥନ ଦେଇଥିବା ବେଳେ ଅନ୍ୟ ଦଳ ମାନଙ୍କର ସମର୍ଥନ ନମିଳିବା କାରଣରୁ ବିଫଳ ହେଲା । ଏହା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ୧୯୯୮ ଓ ୧୯୯୯ରେ ଦୁଇ ଥର ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ସିଟ୍ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ କ୍ରମାଗତ ୮୪ତମ ଓ ୮୫ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ । ପ୍ରଥମ ବିଲରେ ବିରୋଧୀ ମେଣ୍ଟ ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟି ବିରୋଧ କରିବା କାରଣରୁ ଅଭାବବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ବିଫଳ ହେଲା । ୟୁପିଏ ଶାସନ ଚାଲିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର ଏହି ବିଲ୍ ଗୃହରେ ଅଣାଯାଇଥିବା ସତ୍ତ୍ୱେ ମଧ୍ୟ ଆନ୍ତରିକ ଇଚ୍ଛାଶକ୍ତି ନଥିବା କାରଣରୁ ଲୋକସଭାରେ ପାରିତ ହୋଇପାରିନଥିଲା । ଆଜି ମୋଦି ସରକାରରେ ଯେଉଁମାନେ ମହିଳା ସଂରକ୍ଷଣ ବିଲକୁ ପ୍ରତିବାଦ କରି ବିରୋଧ କରୁଥିଲେ ସେମାନଙ୍କର ଏଥର ସାହାସ ହେଲା ନାହିଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଶ୍ରୀଗଣେଶ ପୂଜା, ଆମ ଦେଶ ଓ ପୃଥିବୀ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ଦିନ ଦେଶର ପୁରୁଣା ସଂସଦ ଭବନର ନାମକରଣ ସମ୍ବିଧାନ ସଦନ ହେବା ସହ ନୂଆ ସଂସଦ ଭବନର ପବିତ୍ର କକ୍ଷରେ ଦେଶର ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ଅଧିନିୟମକୁ ମୋଦି ସରକାର ଉପସ୍ଥାପିତ କଲେ ଏବଂ ଦଳ, ମତ ନିର୍ବିଶେଷରେ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ସମର୍ଥନ କଲେ । ମାଆର ସ୍ନେହ, ଶ୍ରଦ୍ଧା ଓ ମାତୃଶକ୍ତିର ସ୍ୱପ୍ନକୁ ସମସ୍ତେ ସମ୍ମାନ କରିଥିବାରୁ ସବୁ ରାଜନୈତିକ ଦଳକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ହେବା ଫଳରେ ଆଗାମୀ ଦିନରେ ଓଡ଼ିଶା ଓ ଭାରତବର୍ଷରେ ବିଧାୟକ ଓ ସାଂସଦ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇବ । ଲୋକସଭାରେ ୮୧ ଜଣ ମହିଳା ସାଂସଦ ଥିବା ବେଳେ ଏହି ସଂଖ୍ୟା ବଢି ୧୮୨ ହେବ । ଆମ ରାଜ୍ୟ ଓଡ଼ିଶାରେ ୧୪୭ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ୧୮ ଜଣ ମହିଳା ବିଧାୟିକା ଥିବା ବେଳେ ଏହି ସଂଖ୍ୟା ବଢି ୪୯ ହେବ । ମହିଳା ମାନଙ୍କ କଲ୍ୟାଣ ପାଇଁ ଯୋଜନାବଦ୍ଧ ପ୍ରକ୍ରିୟା ଥିଲା ବେଳେ ଏହାର ଉଚ୍ଚତା ହିମାଳୟର ଶୀର୍ଷକୁ ସେବେ ଟପିଲା ଯେତେବେଳେ ଗଣେଶ ପୂଜାରେ ଏହି ବିଧେୟକ ଉପସ୍ଥାପିତ କରାଗଲା ।

ଲକ୍ଷ୍ମୀ ପୁରାଣ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରତୀକ । କୁନ୍ତଳା କୁମାରୀ ସାବତ, ରମା ଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ ସ୍ୱତନ୍ତ୍ରତା ଆନ୍ଦୋଳନର ଓଡ଼ିଆ ନାରୀ ଶକ୍ତିର ପ୍ରତୀକ । ମହିଳା ସଶକ୍ତିକରଣ ଓଡ଼ିଶାରେ ବହୁତ ଆଗରୁ ରହିଛି । ଓଡ଼ିଶାରେ ଅତୀତରୁ ମହିଳା ସଶକ୍ତିକରଣର ଯେଉଁ ଧାରା ଅଛି, ମୋଦି ସରକାରଙ୍କ ନିର୍ଣ୍ଣୟ ତାହାକୁ ଗତି ଦେବ ।

ଏହି ବିଧେୟକ ଆଗାମୀ ଦିନରେ ଆଇନରେ ପରିଣତ ହେବ । ଏହି ନିଷ୍ପତି ଦ୍ୱାରା କେବଳ ଭାରତର ନୁହେଁ ବିଶ୍ୱର ଗଣତନ୍ତ୍ରିକ ରାଷ୍ଟ୍ର ଗୁଡିକରେ ଏକ ସକରାତ୍ମକ ଜାଗରଣ ତିଆରି ହେବ । ଯେପରି ଅହିଂସାର ପୂଜାରୀ ମାହାତ୍ମା ଗାନ୍ଧିଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଜନକ ବୋଲି ପୃଥିବୀ ସ୍ୱୀକାର କରିଛି । ସେହିପରି ଭାବରେ ବିଶ୍ୱର ଗଣତନ୍ତ୍ର ରାଷ୍ଟ୍ର ଗୁଡିକରେ ଏହି କଥା ଆନ୍ଦୋଳିତ ହେବ । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦ କୋଟି ମହିଳା ଜନସଂଖ୍ୟା ଥିବା ବେଳେ ଏହି ପଦକ୍ଷେପ ଆମ ଦେଶର ନାରୀ ଶକ୍ତିକୁ ଏକ ନୂତନ ଶକ୍ତି ପ୍ରଦାନ କରିବ । ମୋଦିଜୀଙ୍କ ନେତୃତ୍ୱରେ ମାତୃଶକ୍ତି ପାଇଁ ପବିତ୍ର ଦୁର୍ଗାପଜାର ଉପହାର ଏହାଠୁ ବଡ କିଛି ହୋଇନପାରେ । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସମ୍ବେଦନଶୀଳ ଏବଂ ନିଷ୍ପତ୍ତି ନେବାରେ ସକ୍ଷମ ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନ ଅବସରରେ ନିଜ ତରଫରୁ ଦେଶର ମାତୃଶକ୍ତିଙ୍କୁ ଯେଉଁ କୃତଜ୍ଞତା ଜ୍ଞାପନ କରିଛନ୍ତି, ତାଙ୍କୁ ଆମେ ସମସ୍ତେ ଧନ୍ୟବାଦ ଜଣାଇବା ।

ମୋଦି ସରକାରଙ୍କ ବିଗତ ସାଢେ ୯ ବର୍ଷରେ ଓଡ଼ିଶା ସମେତ ଭାରତବର୍ଷର ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ ହୋଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପିଏମ ଆବାସରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜନଧନ, ମୁଦ୍ରା ଲୋନ, ଓଡ଼ିଶାରେ ଏସଏଚଜି ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କମ ସୁଧରେ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା ମହିଳାଙ୍କ ସମ୍ମାନକୁ ବଢାଇଛି । ଦେଶର ଏସଏଚଜି ସହ ସଂଶ୍ଲିଷ୍ଟ ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ପାଇଁ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢାର ଅଖ୍ୟାତ ପଲ୍ଲୀରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଜନଜାତି ସମ୍ପ୍ରଦାୟର ନେତ୍ରୀଙ୍କୁ ମାନ୍ୟବର ରାଷ୍ଟ୍ରପତି ପଦବୀରେ ପ୍ରତିଷ୍ଠିତ କରାଇଛନ୍ତି । ମୋଦି ଅଛନ୍ତି ତ ସବୁ ସମ୍ଭବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା, ମାଆ ଲକ୍ଷ୍ମୀ, ବିମଳା, ମଙ୍ଗଳା ଓ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା ଯେ, ସେ ମୋଦିଜୀଙ୍କୁ ଦୀର୍ଘାୟୁ କରନ୍ତୁ । ସେ ଭଳି ସୁପୁତ୍ର ବାରମ୍ବାର ଭାରତର ମାତାର ସେବା କରିବା ପାଇଁ ଜନ୍ମ ନିଅନ୍ତୁ । ଏହା ଦ୍ୱାରା ଭାରତ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଆଜି ମୋଦି ସରକାରରେ ଗୃହୀତ ହୋଇଥିବା ଏହି ଐତିହାସିକ ବିଲ୍ ଦ୍ୱାରା ଭାରତ ନୂଆ ଗ୍ଲୋବାଲ ବେଞ୍ଚମାର୍କ ତିଆରି କରିଛି । ବିଗତ ଶତାବ୍ଦୀର ଭାରତର ଅନେକ ଗୁଡିଏ ଘଟଣା ହୋଇଛି । ଭାରତର ମହିଳା ମାନଙ୍କର ଅଧିକାରକୁ ଲମ୍ବା ସମୟ ଅଣଦେଖା କରାଯାଇପାରିବ ନାହିଁ । ଏହି ନିଷ୍ପତିକୁ ନେଇ ସାରା ଦେଶ ଆଜି ଉତ୍ସବ ଭାବରେ ପାଳନ କରିବା ଦରକାର । ଯେତେବେଳେ ଆମ ଦେଶ ଭାରତ ବିଶ୍ୱର ବହୁ ପୁରାତନ ଗଣତନ୍ତ୍ରର ମାନ୍ୟତା ପାଇଛି, ଭାରତର ନେତୃତ୍ୱକୁ ବୈଶ୍ୱିକ ସ୍ୱୀକୃତି ମିଳିଛି ସେଭଳି ଏକ ଶୁଭ ମୁହୂର୍ତ୍ତରେ ଭାରତ ତା’ର ୫୦ ଭାଗ ଜନସଂଖ୍ୟା ତଥା ମାତୃଶକ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ନେବା ଅତ୍ୟନ୍ତ ଗୌରବର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ
    ଦେଶ-ଦେଶାନ୍ତର

    LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

    13742
    Mar 11, 2026
  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14346
    Mar 11, 2026
  • ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା
    ରାଜନୀତି

    ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା

    14176
    Mar 11, 2026
  • ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ, ୪ଆହତ
    ଦେଶ-ଦେଶାନ୍ତର

    ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ, ୪ଆହତ

    14842
    Mar 11, 2026
  • 'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT
    ଦେଶ-ଦେଶାନ୍ତର

    'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT

    15206
    Mar 11, 2026
  •  ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ଓ ଇରାନ ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ଓ ଇରାନ ବୈଦେଶିକ ମନ୍ତ୍ରୀ

    15442
    Mar 11, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13830
    Mar 11, 2026
  • ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କଲେ ସରକାର
    ଦେଶ-ଦେଶାନ୍ତର

    ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କଲେ ସରକାର

    14311
    Mar 11, 2026
  • ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ

    13516
    Mar 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ରବୀନ୍ଦ୍ର ଜେନା

    14176
    Mar 11, 2026
  • ଦେଶ-ଦେଶାନ୍ତର

    ଫୋନରେ କଥା ହେଲେ ଭାରତର ବୈଦେଶିକ ମନ୍ତ୍ରୀ ଓ ଇରାନ ବୈଦେଶିକ ମନ୍ତ୍ରୀ

    15442
    Mar 11, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ

    13516
    Mar 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17364
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16248
    Apr 03, 2021

ବିଶେଷ

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13830
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15008
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14765
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15210
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15364
    Mar 03, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15672
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15131
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14982
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14496
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14346
    Mar 11, 2026
  • ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ, ୪ଆହତ

    14842
    Mar 11, 2026
  • LPG ସିଲିଣ୍ଡର ସଙ୍କଟ, ଦେଶବ୍ୟାପୀ ଏସମା ଲାଗୁ

    13742
    Mar 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In