Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, December 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ ...

  • ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ

  • ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା

  • ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ...

  • ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

  • ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ...

  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ...

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ...

Home ›› ››ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

2023-09-24 08:10:37
15062
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଆ ସମାଜର ଆଜିର ଅବସ୍ଥା କ’ଣ ଏବଂ ଏଥିପାଇଁ ମୋର ଦାୟିତ୍ୱ କ’ଣ ? ଏହା ହିଁ ବର୍ତ୍ତମାନର ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଓଡ଼ିଆ ସମାଜର ଆଜିର ଅବସ୍ଥା କଣ ଏବଂ ମୋ ସମାଜକୁ ଆଗକୁ ନେବା ପାଇଁ ମୋର ଦାୟିତ୍ୱ କଣ ? ମୋର କାମ କଣ, ମୋର ଭବିଷ୍ୟତ କଣ ? ଏହା ହିଁ ପରିଚୟର କଳ୍ପନାର ଗୋଟିଏ କାମ ବୋଲି ଶନିବାର ଭୁବନେଶ୍ୱରରେ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ’ର ଏକାଦଶ ଓଡ଼ିଶା ଲିଟେରାରୀ ଫେଷ୍ଟିଫାଲ -୨୦୨୩ (ଓଏଲଏଫ)ର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  


ଓଏଲଏଫର ବିଷୟ ବସ୍ତୁ 'ଦ ଆଇଡିଆଜ୍ ଅଫ୍ ଆଇଡେଣ୍ଟି ' ତଥା ‘ପରିଚୟର କଳ୍ପନା’ ଉପରେ ମତ ରଖିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ମଣିଷ, ସଭ୍ୟତା, ଭୌଗୋଳିକ ଅଞ୍ଚଳ କିମ୍ବା ବର୍ଗବିଶେଷର ଏକ ପରିଚୟ ରହିଥାଏ । ଭାଷା, ସଜ୍ଞା, ଆରାଧ୍ୟ ଦେବତାକୁ ନେଇ ପରିଚୟ ତିଆରି ହୋଇଥାଏ ଏବଂ ସ୍ଥାନ, କାଳ, ପାତ୍ର ନେଇ ପରିଚୟ ମଧ୍ୟ ପରିବର୍ତ୍ତିତ ହୋଇଥାଏ । କୌଣସି ନା କୌଣସି ବିଷୟକୁ ନେଇ ସ୍ୱାଭିମାନ ସହ ଚାଲିବା ପାଇଁ ପରିଚୟ ଦରକାର । ଆମେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ନାଁ କେତେବେଳେ ବିଭିନ୍ନ ରୂପରେ ରହିଆସିଛି । ଗୋଟିଏ ସଭ୍ୟତା କୌଣସି ନା କୌଣସି ସମନାତା ସହ ବନ୍ଧା ହୋଇଥାଏ । ସେହି ସମାନତା ଅଧିକ ଥିବା କାରଣରୁ ଆମ ସଭ୍ୟତା ଗୋଟିଏ ଜ୍ୱଳନ୍ତ ଜାଜୁଲ୍ୟମାନ ଦୀପ ସଦୃଶ ଭାବରେ ଅଛି । ଗୋଟିଏ ସଭ୍ୟତାର ଚିନ୍ତାର ଫଳାଫଳ କଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।


ଆମ ରାଜ୍ୟ ଓଡ଼ିଶାକୁ ତଥ୍ୟ ଓ ଇତିହାସର ଦୃଷ୍ଟିକୋଣରୁ ଦେଖିଲେ ଆମ ରାଜ୍ୟ ହଜାର ହଜାର ବର୍ଷ ତଳର । ଅନେକ ଉତଥାନ ପତନ ମଧ୍ୟରେ ଗୋଟିଏ ସୁସଂସ୍କୃତ ସମାଜ ତା’ର ନିରନ୍ତରତାକୁ ବଜାୟ ରଖିଥାଏ । କଳିଙ୍ଗ ଯୁଦ୍ଧ ଏବଂ ତାହାର ଶାସନ ପ୍ରଣାଳୀ, କୌଣାର୍କରେ ପଥର ଉପରେ ଖୋଦିତ ଜିରାଫର ଚିତ୍ର ଅତୀତରେ ଆଫ୍ରିକା ସହ ଥିବା ସମ୍ପର୍କ ଥିବାର ପ୍ରମାଣ ଦିଏ । କୋଣାର୍କର ପୂଜକ ଇରାନର ସୂର୍ଯ୍ୟ ମନ୍ଦିରରୁ ଆସିଥିବା ଲୋକକଥା ରହିଛି । ଏହି ସବୁ ଲୋକକଥା ଓଡ଼ିଶାର ଗୌରବକୁ ପ୍ରତିଫଳନ କରେ । କୋଣାର୍କରେ ପ୍ରତିଫଳିତ ଜିରାଫ ଚିତ୍ର ଆମ ସମାଜର ମୋବିଲିଟିର ଏକ ବଡ଼ ସଙ୍କେତ ଦେଉଛି । ଆମ ବିଚାର ହିଁ ଆମର ଚରିତ୍ର । ଆମେ ଓଡ଼ିଆ ଲୋକମାନେ ଆମ ହଜାର ହଜାର ବର୍ଷର ପରମ୍ପରାକୁ ଆଧାର କରି ‘ପରିଚୟର କଳ୍ପନା’ କରିବା ଦରକାର ଏବଂ ନିଜ ଅଞ୍ଚଳକୁ ଆଗକୁ ନେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ଦରକାର ।

କିଛି ଗବେଷକଙ୍କ କହିବାନୁସାରେ, ଗୋଟିଏ ସମୟରେ ଆମ କଳିଙ୍ଗ ରାଜ୍ୟ ସହ ଭାରତର ଅନେକ ରାଜ୍ୟ ସମ୍ପର୍କ ରଖୁଥିଲେ । କଳିଙ୍ଗର ବନ୍ଦର ସମୂହ ଗୁଡିକରେ ଅନ୍ୟ ସାମ୍ରାଜ୍ୟ ଗୁଡିକର ବ୍ୟବସାୟୀ ବେପାର, ବାଣିଜ୍ୟ କରୁଥିଲେ । କଳିଙ୍ଗ ରାଜ୍ୟ ଅଧା ଭାରତକୁ ହାତୀ ଯୋଗାଉଥିବା ନେଇ ମଧ୍ୟ ଇତିହାସକାର ମାନେ ମତ ଦିଅନ୍ତି । ଜଗତସିଂହପୁରରେ ବସତି ସ୍ଥାପନ, ହଜାର ବର୍ଷର କଟକ ସହରର ତାରକସୀ, ପଶ୍ଚିମ ଓଡ଼ିଶାର ଇକତ ଓ ରଘୁରାଜପୁରର ପଟ୍ଟଚିତ୍ରର ଅନନ୍ୟ ପରିଚୟ ରହିଛି । ଏହି ଭୂଖଣ୍ଡର ପରିଚୟ ଅତି କମରେ ଅଢେଇ ହଜାର ବର୍ଷ ତଳର ବୋଲି କୁହାଯାଇପାରେ । ୧୯୦୮ ମସିହାରେ ବ୍ୟାସକବି ଫକୀର ମୋହନ ସେନାପତି ଅରଟ ପ୍ରବନ୍ଧରେ ଲିଭରୋପୁଲ୍‌ର ଲୁଣ ଓ ମାଞ୍ଚେଷ୍ଟରର ଲୁଗା ପିନ୍ଧାକୁ ନେଇ କରିଥିବା ପ୍ରଶ୍ନକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନ ମାଧ୍ୟମରେ କହିଥିଲେ । ତେବେ ସେହି ସଭ୍ୟତା ଏକବିଂଶ ଶତାବ୍ଦୀରେ କେଉଁଠି ଅଛି ? ପରିଚୟର କଳ୍ପନା କଣ ହେବା ଦରକାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ସବୁ ଭାରତୀୟ ଭାଷାକୁ ପ୍ରାଥମିକତା ଦେଉଛି । ସବୁ ଭାଷାକୁ ଆମେ ସମ୍ମାନ ଦେବା ଦରକାର । ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପଢାଇବା ପାଇଁ ବାଲବାଟିକାର ବ୍ୟବସ୍ଥା ହୋଇଛି । ପ୍ରଥମରୁ ମାତୃଭାଷାରେ ପାଠ ପଢିଲେ ହିଁ ଶିଶୁଙ୍କର ଅନୁସନ୍ଧାନ, ତର୍କ ଶକ୍ତି ଓ ବୁଝିବାର କ୍ଷମତାରେ ସ୍ପଷ୍ଟତା ଆସିବ । ମାତୃଭାଷାକୁ ପ୍ରାଥମିକତା ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ
    ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15368
    Dec 26, 2025
  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ
    ମନୋରଞ୍ଜନ

    “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ

    14780
    Dec 27, 2025
  • ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ
    ମନୋରଞ୍ଜନ

    ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ

    13656
    Dec 27, 2025
  • ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ
    ମନୋରଞ୍ଜନ

    ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ

    15147
    Dec 27, 2025
  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ
    ଦେଶ-ଦେଶାନ୍ତର

    ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

    15157
    Dec 27, 2025
  • ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ
    ଦେଶ-ଦେଶାନ୍ତର

    ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

    15314
    Dec 27, 2025
  • ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା
    ଦେଶ-ଦେଶାନ୍ତର

    ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା

    15494
    Dec 27, 2025
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌
    ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14113
    Dec 27, 2025
  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ
    ଦେଶ-ଦେଶାନ୍ତର

    ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

    14225
    Dec 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

    15157
    Dec 27, 2025
  • ଦେଶ-ଦେଶାନ୍ତର

    ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

    15314
    Dec 27, 2025
  • ମନୋରଞ୍ଜନ

    “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ

    14780
    Dec 27, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17271
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17352
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17699
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16169
    Apr 03, 2021

ବିଶେଷ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14113
    Dec 27, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14618
    Dec 26, 2025
  • ଉଚ୍ଚ ରକ୍ତଚାପର ସଙ୍କେତ ଜାଣିବେ କିପରି?

    15006
    Dec 24, 2025
  • କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ?

    14476
    Dec 23, 2025
  • ଏକ ଘଣ୍ଟା ଚାଲିଲେ ମିଳିଥାଏ ଏହିସବୁ ଫାଇଦା

    14812
    Dec 22, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14198
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15232
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16006
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15171
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ

    14780
    Dec 27, 2025
  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

    15157
    Dec 27, 2025
  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

    14225
    Dec 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In