ନିଜ ରାଜ୍ୟସଭା ସାଂସଦଙ୍କ ଉପରେ ହ୍ୱିପ୍ ଜାରି କଲା ବିଜେଡି
ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ହେବ ଆଲୋଚନା । ତେବେ ବିଲ୍କୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟସଭା ସାଂସଦଙ୍କ ଉପରେ ହ୍ୱିପ୍ ଜାରି କରିଛି। ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜରିଆରେ କୁହାଯାଇଛି। ବିଜେଡି ନିଜ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩ ଲାଇନର ହ୍ୱିପ୍ ଜାରି କରିଛି।
ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ଐତିହାସିକ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିବା ପରେ ଏହାକୁ ଲୋକସଭାରେ ଅନୁମୋଦନ ମିଳିଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
Powered by Froala Editor