ନୂତନ ପ୍ରଜାତିର ଫ୍ଲାଇଙ୍ଗ ଗୁର୍ନାଡ୍ ମାଛ ଚିହ୍ନଟ
ଦୀଘା ମୁହାଁଣରୁ ମିଳିଥିବା ଏକ ନୂତନ ପ୍ରଜାତିର ମାଛକୁ ଚିହ୍ନଟ କରିଛନ୍ତି ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ । ଏ ନୂତନ ପ୍ରଜାତିର ମାଛ କମଳା ରଙ୍ଗ ସହ କଳା ଛିଟ ଥିବା ମାଛ (ଫ୍ଲାଇଙ୍ଗ ଗୁର୍ନାଡ୍ ) ବୋଲି ବୈଜ୍ଞାନିକ କହିଛନ୍ତି । ଯେଉଁଥିରେ ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା ଅଛି। ଏହି ନୂତନ ପ୍ରଜାତି ଟେରିଗୋଟ୍ରିଗଲା ପ୍ରଜାତି ର ଅଟେ।
ବୈଜ୍ଞାନିକ କହିଛନ୍ତି ଯେ ଗୁର୍ନାଡ୍ ମାଛର ନାମ କରଣ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡିକା ରଖା ଯାଇଛି। ଏହାସହ ମାଛର ଏକ ଲମ୍ବା ଅପରେକୁଲାର ମେରୁଦଣ୍ଡ ଏବଂ ଏକ ଅତି କ୍ଷୁଦ୍ର କ୍ଲିଥ୍ରାଲ୍ ମେରୁଦଣ୍ଡରେ ୨୭ ଖଣ୍ଡ ହାଡ଼ ରହିଛି। ମୁଣ୍ଡ ଚେପଟା ରହିବା ସହ ମାଛର କଣ୍ଟା ବିଷାକ୍ତ । ଏମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ ,ଗେଣ୍ଡା ଆଦି ଶିକାର କରିଥାନ୍ତି ।
ଗୁର୍ନାଡ୍ ପ୍ରଜାତିର ମାଛକୁ ପୂର୍ବ ଉପକୂଳର ଉତ୍ତର ଭାଗର ଦୀଘା ମୁହାଣରୁ ୨୦ ଅକ୍ଟୋବର ୨୦୧୮ ରେ ସହକାରୀ ପ୍ରଫେସର ଦୀପାଞ୍ଜନ ରୟଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ସଂଗୃହୀତ ମାଛ ଅନ୍ୟ ସମ ପ୍ରଜାତିଗୁଡିକ ଠାରୁ ଆକୃତିରେ ଭିନ୍ନ ବୋଲି ଜଣାପଡିଥିଲା। ତେଣୁ ଏହି ମାଛ ଉପରେ ରିସର୍ଚ୍ଚ ଜାରି ରଖିଥିଲେ ବୈଜ୍ଞାନିକମାନେ ।
Powered by Froala Editor