ଏମିତି ଏକ ଗାଁ, ଯେଉଁଠି ରୁହେ ଗୋଟିଏ ପରିବାର

କିଛି ଲୋକଙ୍କ ବସତି ନେଇ ଗଢିଉଠେ ଗାଁ । ଧୀରେ ଧୀରେ ପରିବାର ବଢିବା ସହ ଲୋକଙ୍କ ସଂଖ୍ୟା ବଢିଥାଏ । ହେଲେ ଗୋଟିଏ ପରିବାରକୁ ନେଇ ଗୋଟିଏ ଗାଁ ଅଛି । ଅଜବ ହେଲେ ବି କଥା ସତ । ସେହି ଗାଁର ନାମ ହେଉଛି, ବର୍ଦ୍ଧନାରା ନମ୍ବର-୨। ଏହି ନାମରେ ଅନ୍ୟ ଏକ ଗାଁ ମଧ୍ୟ ରହିଛି, ଯାହାର ନାଁ ବର୍ଦ୍ଧନାରା ନମ୍ବର-୧। ଆସାମର ନାଲବାରି ଜିଲାରେ ଏହି ଗାଁ ଅବସ୍ଥିତ।
ପୂର୍ବରୁ ଏହି ଗାଁ ରେ ବହୁ ଲୋକ ବସବାସ କରୁଥିଲେ। କିଛି ବର୍ଷ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦ୍ଘାଟନ କରିଥିଲେ। ହେଲେ ଏବେ ସେହି ରାସ୍ତା ଭାଙ୍ଗିଗଲାଣି। ଯାହା ଗାଁର ମୁଖ୍ୟ ସହରକୁ ସଂଯୋଗ କରୁଥିଲା। ୨୦୧୧ ଜନଗଣନା ସମୟରେ ଗାଁ ରେ ମାତ୍ର ୧୬ ଜଣ ଲୋକ ରହିଥିଲେ। ବେଳକୁବେଳ ତାହା କମ୍ ହେବାରେ ଲାଗିଲା।
ଏବେ ଏହି ଗାଁ ରେ କେବଳ ଗୋଟିଏ ପରିବାର ବାସ କରୁଛି ଏବଂ ସେହି ପରିବାରରେ ମାତ୍ର ୫ ସଦସ୍ୟ ଅଛନ୍ତି। ପରିବାରର ମୁଖିଆଙ୍କ ନାମ ବିମଲ ଡେକା। ସେ ତାଙ୍କ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ରହୁଛନ୍ତି। ସେମାନଙ୍କ କହିବା ମୁତାବକ, ପିଲାଙ୍କୁ ବର୍ଷାରେ ୨ କି.ମି. କାଦୁଅ ଭିତରେ ପଶି ସ୍କୁଲ ଯିବାକୁ ପଡେ। ନଗର ନିଗମ ଓ ଗାଁ ପଞ୍ଚାୟତ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗାଁର ଏପରି ଅବସ୍ଥା ହୋଇଛି।
Powered by Froala Editor