ଜିମ୍ରେ ହୃଦଘାତ, ଚାଲିଗଲା ଯୁବକଙ୍କ ଜୀବନ
ଜିମ୍ରେ ଜୀବନ ଯିବା ଏବେ ନୂଆ କଥା ନୁହେଁ । ପ୍ରାୟ ସମୟରେ ଶୁଣିବାକୁ ମିଳୁଛି ଏପରି ଘଟଣା । ଗତ ଶନିବାର ମଧ୍ୟ ପୁଣି ଏକ ଘଟଣା ଘଟିଛି । ଗାଜିଆବାଦର ସରସ୍ୱତୀ ବିହାର ଅଞ୍ଚଳରେ ଜଣେ ଯୁବକଙ୍କ ଜିମରେ ଜୀବନ ଚାଲିଯାଇଛି । ମୃତକଙ୍କ ନାମ ସିଦ୍ଧାର୍ଥ କୁମାର।
ଜିମରେ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ସିଦ୍ଧାର୍ଥଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସିଦ୍ଧାର୍ଥଙ୍କ ମୃତଦେହ ହସ୍ତାନ୍ତର କରି ଦିଆଯାଇଥିଲା। ଏହି ଦୁଃଖ ଘଟଣାର ଭିଡିଓ ଜିମରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।
ସିଦ୍ଧାର୍ଥ କୁମାର ସରସ୍ୱତୀ ବିହାର ଅଞ୍ଚଳରେ ନିଜ ପରିବାର ସହିତ ବସବାସ କରୁଥିଲେ। ସିଦ୍ଧାର୍ଥ ବ୍ୟାୟାମ କରିବା ପାଇଁ ତାଙ୍କ ଘର ନିକଟରେ ଥିବା ଏକ ଜିମକୁ ଯାଇଥିଲେ । ପ୍ରତ୍ୟେକ ଦିନ ଭଳି ସିଦ୍ଧାର୍ଥ ଶନିବାର ମଧ୍ୟ ଜିମ୍ ଯାଇଥିଲେ। ଜିମର ଟ୍ରେଡମିଲରେ ଗୋଡ଼ ଦେଉଦେଉ ହଠାତ୍ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ତାଙ୍କ ନିକଟକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଆଉ ଉଠି ନଥିଲେ। ହସ୍ପିଟାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor