ନାସା ବୈଜ୍ଞାନିକଙ୍କ ସୂଚନା: ବିଶ୍ୱ ବ୍ରହ୍ମାଣ୍ଡରେ ଅଛନ୍ତି ‘ଏଲିୟନ’
ନୂଆଦିଲ୍ଲୀ: ଅଜଣା ଉଡ଼ନ୍ତା ବସ୍ତୁକୁ ନେଇ ନାସା ପକ୍ଷରୁ ଗୁରୁବାର ବଡ଼ ସୂଚନା ପ୍ରଦାନ କରାଯାଇଛି। ୩୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ନାସା । ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିୟନ’ ଥିବା ନାସା ବୈଜ୍ଞାନିକଙ୍କ ସୂଚନା । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ରହିଥିବା ସମ୍ଭାବନା ମଧ୍ୟ ରହିଛି। ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ଗଠନ ହୋଇଛି । ଗତକାଲି ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଏକ ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଅଜଣା ଉଡ଼ନ୍ତାବସ୍ତୁର ଅନ୍ୟଗ୍ରହ ଜଗତ ସହ ସଂଯୋଗ ଅଛି କି ନାହିଁ ଏହାର ଅଧ୍ୟୟନ କରାଯିବ। ବୈଷୟିକ ବିଶେଷଜ୍ଞଙ୍କଠାରୁ ସାହାଯ୍ୟ ନେବେ। ନାସାର ମିଶନ ହେଉଛି ଅଜ୍ଞାତକୁ ଖୋଜିବା ବୋଲି ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି । ସେ ଆହୁକରି କହିଛନ୍ତି ଯେ ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ରହିଛି ବୋଲି ମୋର ବିଶ୍ୱାସ। ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଏବଂ ଏଲିୟନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା
Powered by Froala Editor