ବଦହଜମି ପାଇଁ ରାମବାଣ ସଦୃଶ ହଳଦୀ

ମସଲା ପାଇଁ ବ୍ୟବହୃତ ହଳଦୀରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ମଧ୍ୟ ରହିଛି । ଘା’ ଭଲ କରିବାରେ ହଳଦୀକୁ ଘରୋଇ ଉପଚାର ଭାବେ ବ୍ୟବହାର କରାଯାଏ । ଆଉ ଏବେ ହଳଦୀ ପେଟରେ ଅତ୍ୟଧିକ ଏସିଡ୍ କମ୍ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି । ହଳଦୀରେ ଥିବା ପ୍ରାକୃତିକ ତଥା ଯୌଗିକ ଓମିପ୍ରାଜୋଲ ଗୁଣ ବଦହଜମି ପାଇଁ ରାମବାଣ ସଦୃଶ ।
ଦକ୍ଷିଣ ପୂର୍ବ ଏସିଆରେ ହଳଦୀକୁ ବଦହଜମିର ଉପଚାର ଭାବେ ବ୍ୟବହାର କରାଯାଏ । କିନ୍ତୁ ବିଶ୍ବର ବିଭିନ୍ନ ଦେଶ ହଳଦୀର ଏଭଳି ବ୍ୟବହାରକୁ ନେଇ ଅନିଶ୍ଚିତତା ଲାଗିରହିଛି । ହଳଦୀ ଉପରେ ଅଧ୍ୟୟନ ଲାଗି ଗେବଷକମାନେ ଏକ କ୍ଲିନିକାଲ୍ ଟେଷ୍ଟ କରିଥିଲେ । ଏଥିରେ ୧୮ରୁ ୭୦ ବର୍ଷ ବୟସର ୨୦୬ ରୋଗୀଙ୍କୁ ସାମିଲ କରିଥିଲେ । ଏମାନେ ୨୦୧୯-୨୦୨୧ ମଧ୍ୟରେ ପେଟ ରୋଗ ପାଇଁ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କୁ ୫୬ ଦିନ ଲାଗି ୩ଟି ଗୋଷ୍ଠୀରେ ଭାଗ କରି ଚିକିତ୍ସା କରାଯାଇଥିଲା ।
ଗୋଟିଏ ଗୋଷ୍ଠୀକୁ ଗବେଷକମାନେ ହଳଦୀ ସହିତ ଡମି କ୍ୟାପସୁଲ୍ ଖାଇବାକୁ ଦେଇଥିଲେ । ଦ୍ବିତୀୟ ଗୋଷ୍ଠୀକୁ ଓମିପ୍ରାଜୋଲ ଏବଂ ତୃତୀୟ ଗୋଷ୍ଠୀକୁ ଓମିପ୍ରାଜୋଲ ସହ ହଳଦି ଖାଇବାକୁ ଦିଆଯାଇଥିଲା । ଓମିପ୍ରାଜୋଲର ବ୍ୟବହାର ଏସିଡିଟି କମ୍ କରିବା ପାଇଁ କରାଯାଏ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ଗୋଷ୍ଠୀଙ୍କ ପରିସ୍ଥିତି ସମାନ ଥିଲା । ପ୍ରଥମେ ୨୮ ଦିନ ଏବଂ ପରେ ୫୬ ଦିନ ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ମୂଲ୍ୟାଙ୍କନ କରାଯାଇଥିଲା ।
୩ ଦଳର ରୋଗୀଙ୍କ ଶରୀରରେ ସୁଧାର ଆସିଥିବା ଲକ୍ଷ୍ୟ କଲେ ଗବେଷକ । ହଳଦୀରେ ପ୍ରବଳ ମାତ୍ରାରେ କରକ୍ୟୁମିନ୍ ମିଳିଥାଏ । ଏହାକୁ ବିଶେଷ କରି ପାଉଡର ଏବଂ ପ୍ରସାଧନସମାଗ୍ରୀରେ ବ୍ୟବହାର କରାଯାଏ । ଏହାର କ୍ୟାପସୁଲ୍ ମଧ୍ୟ ବଜାରରେ ଉପଲବ୍ଧ । ତେବେ ଏହି କରକ୍ୟୁମିନ୍ ବଦହଜମିର ମଧ୍ୟମ ଉପଚାର କରିପାରିବାରେ ସକ୍ଷମ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।
ବର୍ତ୍ତମାନ ସମୟରେ ବିଶେଷ କରି ଥାଇଲାଣ୍ଡରେ ହଳଦୀକୁ ବଦହଜମିରୁ ମୁକ୍ତି ପାଇଁ ବ୍ୟବହାର କରାଯାଉଛି । କାରଣ ହଳଦୀରୁ ମିଳୁଥିବା ଔଷଧୀୟ ଗୁଣ କେତେ ପ୍ରଭାବୀ ସେନେଇ ଗବେଷଣା କରିବାକୁ ଉନ୍ନତ୍ତ ପ୍ରଣାଳୀର ବିକଶିତ ହୋଇନଥିବା କହିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ବଦହଜମିର ଔଷଧ ରୂପେ ହଳଦୀର ବ୍ୟବହାର କରାଯାଇପାରେ । କିନ୍ତୁ ଏହାକୁ ଏକ ସ୍ଥାୟୀ ଉପଚାର ଭାବେ ଧରିନେବାକୁ ହେଲେ ଅଧିକରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ।
Powered by Froala Editor