ଆଦି ଶକ୍ତି ଦୁର୍ଗା ସବୁଠାରୁ ଶକ୍ତିଶାଳୀ ଦେବୀ

ହିନ୍ଦୁ ଧର୍ମରେ ପୁରୁଷମାନଙ୍କୁ ଦେବ ଓ ସ୍ତ୍ରୀ ମାନଙ୍କୁ ଦେବୀ କୁହାଯାଏ । ଏମାନଙ୍କୁ ଦୈବ୍ୟ ଶକ୍ତିର ଆଧାର ଅଟନ୍ତି । ହିନ୍ଦୁ ଧର୍ମରେ ଅନେକ ଦେବୀ ଓ ଦେବତା ଅଛନ୍ତି । ଶାସ୍ତ୍ରରେ ୩୩ କୋଟି ଦେବୀ ଦେବତା ଥିବାର ଉଲ୍ଲ୍ୟେଖ କରାଯାଏ । ଯଦି ଦେବୀଙ୍କ କଥା କୁହାଯାଏ ତେବେ କାଳି, ଦୁର୍ଗା, ପାର୍ବତୀ, ସୀତା, ଲକ୍ଷ୍ମୀ ଆଦି ଦେବୀଙ୍କର ଅନେକ ଅବତାର ରହିଛି । ସମସ୍ତ ଦେବୀଙ୍କ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ପୌରାଣିକ କିମ୍ବା ଧାର୍ମିକ କଥା କାହାଣୀ ରହିଛି । ହିନ୍ଦୁ ଧର୍ମରେ ଦେବୀଙ୍କ ଉପାଶକକୁ ଶାକ୍ତ କୁହାଯାଏ । ହିନ୍ଦୁ ଧର୍ମରେ ଆଦି ଶକ୍ତି ଦୁର୍ଗାଙ୍କୁ ସବୁଠାରୁ ଶକ୍ତିଶାଳୀ ଦେବୀ ରୂପେ ମନାଯାଏ । ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ, ଯେବେ ପୁରୁଷ ଦେବତା ଅସୁରମାନଙ୍କୁ ନିୟନ୍ତ୍ରିତ କରିବାରେ ଅସଫଳ ହୋଇଛନ୍ତି । ସେତେବେଳେ ଦେବୀ ଦୁର୍ଗାଙ୍କର ଉତ୍ପତ୍ତି ଅସୁରଙ୍କ ସଂହାର ପାଇଁ ହୋଇଥିଲା । ତାଙ୍କ ପାଖରେ ପୁରୁଷ ଦେବତାଙ୍କ ଶକ୍ତି ମଧ୍ୟ ସମ୍ମଳିତ ହୋଇଛି । ଏବଂ ଦେବୀ ମାଆଙ୍କର ବାହାନ ସିଂହ ଅଟେ ।
Powered by Froala Editor