ଏଣିକି ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ
କେବଳ ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ କରି ହେବ। ବହୁ ପ୍ରକାର କାର୍ଯ୍ୟ ପାଇଁ ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ। ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି।
Registration of Births and Deaths (Amendment) Act, 2023ରେ କେବଳ ଗୋଟିଏ ଡକ୍ୟୁମେଣ୍ଟ ଜନ୍ମ ପ୍ରମାଣପତ୍ର କଥା କୁହାଯାଇଛି। ଜୁଲାଇରେ ସଂସଦରେ ଏହି ବିଲ୍ ଆଗତ ହୋଇଥିଲା। ବିଲ୍ ଆଗତ ହେବା ପରେ ଅକ୍ଟୋବର ୧ରୁ ଏହାକୁ ଲାଗୁ କରାଯିବ। ଏହି ନିୟମ ଲାଗୁ ହେବା ପରେ ଶିକ୍ଷାନୁଷ୍ଠାନରେ ନାମଲେଖାଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ହାସଲ କରିବା, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରି ପାଇଁ ଆବେଦନ ଆଦି ଲାଗି ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯିବ। ଫଳରେ ସରକାରୀ ସେବାକୁ ଫଳପ୍ରଦ ଭାବେ ଓ ସ୍ବଚ୍ଛତାର ସହ ଲୋକମାନଙ୍କ ପାଖରେ ପହଞ୍ଚାଇହେବ।
ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣର ନିୟମଗୁଡ଼ିକର ପରିବର୍ତ୍ତନ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଜନ୍ମ ଏବଂ ମୃତ୍ୟୁର ଏକ ଡାଟାବେସ୍ ପ୍ରସ୍ତୁତ କରିବା। ଏହି ନିୟମ ଲାଗୁ ହେବା ପରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସହଜରେ ଜନ୍ମ ଏବଂ ମୃତ୍ୟୁର ତଥ୍ୟ ନିଜ ସହ ସେୟାର କରିବାକୁ ସକ୍ଷମ ହେବେ।
Powered by Froala Editor