ରନଓ୍ବେରୁ ଖସିଲା ପ୍ରାଇଭେଟ ଚାର୍ଟର୍ଡ ବିମାନ
ମୁମ୍ବାଇ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବା ସମୟରେ ଏକ ପ୍ରାଇଭେଟ ଚାର୍ଟର୍ଡ ବିମାନ ରନଓ୍ବେରୁ ଖସି ଯାଇଛି। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରିୟୁ ସଦସ୍ୟ ଥିଲେ। ଡିଜିସିଏ କହିଛନ୍ତି ଯେ ରନଓ୍ବେରୁ ଖସିଯିବା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା।
ସୂଚନା ମୁତାବକ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଭିଏସଆର ଭେଞ୍ଚର୍ସ ଲିୟରର୍ଜେଟ ୪୫ ବିମାନ ଭିଟି-ଡିବିଏଲ ମୁମ୍ବାଇ ବିମାନବନ୍ଦରରେ ରନୱେ ୨୭ରେ ଅବତରଣ କରିବା ସମୟରେ ସ୍କିଡ କରିଥିଲା। ଆଉ ବିମାନଟି ରନୱେ ବାହାରକୁ ଯାଇ କାଦୁଅରେ ଫସିଯାଇଥିଲା । ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Powered by Froala Editor