‘ମିଡିଆ ଟ୍ରାଏଲ’କୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, ୩ ମାସରେ ଗାଇଡଲାଇନ୍ କରିବାକୁ ନିର୍ଦ୍ଦେଶ
ଗଣମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକପାଖିଆ ରିପୋର୍ଟିଂ ଯୋଗୁ ଲୋକଙ୍କ ମନରେ ଜଣେ ଅଭିଯୁକ୍ତ ହିଁ ଅପରାଧୀ ବୋଲି ଲୋକମାନେ ଭାବି ନେଉଛନ୍ତି। ତେଣୁ ଏହାକୁ ଅନୁମତି ଦେବା କଥା ନୁହେଁ ବୋଲି ସର୍ବୋଚ୍ଚ ଅଦଲତ କହିଛନ୍ତି।
ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ହେବା ସହ ଆସନ୍ତା ୩ ମାସ ମଧ୍ୟରେ ଗାଇଡଲାଇନ ତିଆରି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ସମସ୍ତ ରାଜ୍ୟର ଡିଜିପି ଏକ ମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେବେ। ମିଡିଆକୁ ସୂଚନା ଦେବା ବେଳେ ପୁଲିସ୍ କେଉଁ ସବୁ ନିୟମ ପାଳନ କରିବ, ସେ ବିଷୟରେ ଗାଇଡଲାଇନରେ ଉଲ୍ଲେଖ ରହିବ। ୨୦୨୪ ଜାନୁଆରି ଦ୍ବିତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ‘ମିଡିଆ ଟ୍ରାଏଲ’ ଦ୍ୱାରା ନ୍ୟାୟ ପ୍ରଶାସନ ପ୍ରଭାବିତ ହେଉଛି। ଏହାକୁ ନେଇ ପୁଲିସରେ ସମ୍ବେଦନଶୀଳତା ଆଣିବା ଜରୁରୀ ଯେ କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କାରଣ ଏହା ପୀଡ଼ିତ ବା ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କ ସ୍ୱାର୍ଥ ସହିତ ଜଡିତ । ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ । ଆମେ ମିଡିଆ ଟ୍ରାଏଲକୁ ଅନୁମତି ଦେବା ଉଚିତ ନୁହେଁ ।
Powered by Froala Editor