ଫେରିଲା ନିପା ଭାଇରସ, ନେଲା ୨ ଜଣଙ୍କ ଜୀବନ
କେରଳକୁ ଫେରିଛି ନିପା ଭାଇରସ। କୋଝିକୋଡେ ଜିଲ୍ଲାରେ ଏହି ଭାଇରସ ୨ ଜଣଙ୍କ ଜୀବନ ନେବା ପରେ ହଇଚଇ ସୃଷ୍ଟି ହୋଇଛି। କେରଳରେ ନିପାହ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ସନ୍ଦେହ କରି ଅତି କମରେ ଚାରି ଜଣଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପରୀକ୍ଷା କରିବାକୁ ପଠାଯାଇଥିଲା। ୨ଜଣକ ମୃତ୍ୟୁ ହେବା ପରେ ସୋମବାର ନିପାହ ଭୂତାଣୁ ପୁଣି ଥରେ ଫେରିଥିବା ସନ୍ଦେହ କରି କେରଳବାସୀଙ୍କୁ ସତର୍କ ହେବାକୁ କହିଥିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ହେଲେ ସରକାରଙ୍କ ସନ୍ଦେହ ଦୂର ହୋଇଛି। ସ୍ଥିତି ଆଗକୁ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ଥିତର ସମୀକ୍ଷା କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “ସ୍ଥିତିର ସମୀକ୍ଷା ପାଇଁ ଗୋଟିଏ କେନ୍ଦ୍ରୀୟ ଟିମ କେରଳକୁ ଯାଇଛି। ଏହି ଟିମ ନିପା ଭାଇରସକୁ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ସହାୟତା କରିବେ।” ପ୍ରଥମ ନିପା ଜନିତ ମୃତ୍ୟୁ ଅଗଷ୍ଟ ୩୦ରେ ହୋଇଥିବା ବେଳେ ଦ୍ୱିତୀୟ ଘଟଣା ସୋମବାର ଘଟିଥିଲା।
Powered by Froala Editor