ଏହି ମହିଳାମାନେ ହୋଇଥାଆନ୍ତି ଭାଗ୍ୟଶାଳୀ

ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ । ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ । ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ । ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ ଜଣାଯାଇଥାଏ ।
ଯେଉଁମାନଙ୍କର ଆଖି ବଡ଼ ଓ ଆଖିର ଭିତର ଅଂଶ ଅଧିକ ଧଳା ହୋଇଥାଏ, ସେହି ମହିଳା ଚଞ୍ଚଳ ସ୍ୱଭାବର ଅଟନ୍ତି । ଏହିପ୍ରକାରର ମହିଳାମାନେ ନିଜ ଆଖପାଖର ଅଞ୍ଚଳ ସର୍ବଦା ହସଖୁସିରେ ଭରି ଦେଇଥାଆନ୍ତି । ଯେଉଁ ମହିଳାମାନଙ୍କର ଜିଭ ଲାଲ ରଙ୍ଗର ହୋଇଥାଏ, ସେମାନେ କୋମଳ ସ୍ୱଭାବର ଓ ତାଙ୍କ ଜୀବନ ସୁଖମୟ ହୋଇଥାଏ । ଏମାନଙ୍କ ଭଲ ଲକ୍ଷଣ କାରଣରୁ ପରିବାର ସଦସ୍ୟଙ୍କ ଭାଗ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପଡ଼ିଥାଏ ।
ଯେଉଁମାନଙ୍କ ନାକରେ କଳାଜାଇ ଥାଏ । ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି । ଏହି ଚିହ୍ନ ଥିଲେ ମହିଳାଙ୍କ ଜୀବନରେ ସୁଖଶାନ୍ତି ରହିବା ସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ । ଏହାସହ ଏମାନଙ୍କ ବିଚାରଧାରା ମଧ୍ୟ ଉତ୍ତମ ଅଟେ । ଯେଉଁ ମହିଳାମାନଙ୍କର ପାଦର ଆଙ୍ଗୁଠି ଅଳ୍ପ ଉଚ୍ଚକୁ ଉଠି ରହିବା ସହ ସାମାନ୍ୟ ବୃତ୍ତାକାର ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ,ପତିବ୍ରତା ଅଟନ୍ତି .ଯେଉଁ ମହିଳାମାନଙ୍କର ଗୋଇଠି ଗୋଲାକାର ହୋଇଥାଏ, ସେମାନଙ୍କ ଜୀବନରେ ସର୍ବଦା ହସଖୁସି ରହିଥାଏ, ଏହା ଛଡ଼ା ସମସ୍ୟା ଆସିଲେ ମଧ୍ୟ ସହଜରେ ସମାଧାନ ହୋଇଯାଏ ।
Powered by Froala Editor