କର୍କଟ ଏବଂ ଯକୃତ ପାଇଁ ବିକ୍ରି ହେଉଛି ନକଲି ଇଞ୍ଜେକଶନ, ସତର୍କ କଲା ଡବ୍ଲୁଏଚଓ
କର୍କଟ ଏବଂ ଯକୃତ ପାଇଁ ନକଲି ଔଷଧ ବିକ୍ରି ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ ) ଭାରତ ସମେତ ଚାରିଟି ଦେଶରେ ନକଲି ଇଞ୍ଜେକଶନ ପାଇବା ପରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ସେପ୍ଟେମ୍ବର ୫ ରେ ଏକ ଆଲର୍ଟ ଜାରି କରିଥିଲା । ଡବ୍ଲୁଏଚଓ ଭାରତକୁ କହିଛି ଦେଶରେ ଅତି କମରେ ଆଠଟି ବିଭିନ୍ନ ବ୍ୟାଚ ନମ୍ବରରେ ଇଞ୍ଜେକଶନର ନକଲି ସଂସ୍କରଣ ବିକ୍ରି ହେଉଛି।
ଆଲର୍ଟ ଜାରି ପରେ ଭାରତ କଠୋରତା ବୃଦ୍ଧି କରିଛି। ଔଷଧ ନିରାପତ୍ତା ଚେତାବନୀ ନେଇ ଡବ୍ଲୁଏଚଓ କର୍କଟ ଇଞ୍ଜେକଶନ ଆଡସେଟ୍ରିସ ଏବଂ ଯକୃତ ଔଷଧ ଡିଫେଟିଲିଓର ବଜାରରେ ଗତିବିଧି ଏବଂ ବିକ୍ରୟ ଉପରେ ତଦାରଖ ବୃଦ୍ଧି କରିଛି। ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଡ୍ରଗ ନିୟନ୍ତ୍ରକମାନଙ୍କୁ ବିକ୍ରୟ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି।
ଜାତୀୟ ନିୟାମକ ଏଜେନ୍ସି ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବା ବୃତ୍ତିଗତମାନଙ୍କୁ ’ସତର୍କତାର ସହିତ ଔଷଧ ଲେଖିବାକୁ’ ଏବଂ ରୋଗୀଙ୍କଠାରେ ଔଷଧର କୌଣସି ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ହେଲେ ରିପୋର୍ଟ କରିବାକୁ କହିଛନ୍ତି ।
Powered by Froala Editor