ବାର୍ ମାଲିକଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା, ଜାଣନ୍ତୁ କାହିଁକି...
ଜଣେ ବଳାତ୍କାରୀର ଗୁପ୍ତାଙ୍ଗ କାଟି ଦେଇଛନ୍ତି ଜଣେ ମହିଳା । ପୋଲିସର ସୂଚନାନୁସାରେ, ସ୍ପେନର ଜଣେ ମହିଳା ବାର୍ସିଲୋନାରେ ଏକ ବାରରେ କାମ କରନ୍ତି । ବାରର ମାଲିକ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ତେବେ, ମହିଳା ଜଣକ କୌଣସି ପ୍ରକାରେ ତାଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ଏବଂ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ।
'ଦି ସନ୍'ରେ ପ୍ରକାଶିତ ଖବର ଅନୁଯାୟୀ, ଅଭିଯୁକ୍ତ ବାର ମାଲିକଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ । ଏବଂ ସେ ମୂଳତ ବାଂଲାଦେଶର ଅଟନ୍ତି । ମଙ୍ଗଳବାର ପ୍ରାୟ ୨ ଟା ସମୟରେ ଏହି ଘଟଣା ଘଟିଛି । ପୀଡିତା ଜଣକ ପୋଲିସକୁ କହିଥିଲେ ଯେ ବାର ମାଲିକ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ, ସେ ଅଭିଯୁକ୍ତକୁ ଛୁରୀରେ ଆକ୍ରମଣ କରିଥିଲେ ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ଅଂଶ କାଟି ଅଲଗା ହୋଇଯାଇଥିଲା । ଏହା ପରେ ମହିଳା ଜଣକ ସେଠାରୁ ପଳାଇ ଯାଇଥିଲେ ।
Powered by Froala Editor