ଜି୨୦ ସମ୍ମିଳନୀ: ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବେ ବାଇଡେନ
ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିବେ ବିଶ୍ୱସ୍ତରୀୟ ନେତା। ସମସ୍ତଙ୍କ ନଜର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡଡେନଙ୍କ ଉପରେ ରହିଛି। ବାଇଡେନ ଆଜି ସନ୍ଧ୍ୟାରେ ଭାରତରେ ପହଞ୍ଚିବେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ନୂଆଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାଯାଇଛି। ଏହାପରେ ସିଧାସଳଖ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ।
ବାଇଡେନ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା କାର୍ୟ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆଜି ପହଞ୍ଚିବେ ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା । ଫଳରେ ବାଇଡେନଙ୍କ ଭାରତ ଗସ୍ତ ଏବେ ୪ ଦିନ ପରିବର୍ତ୍ତେ ୩ ଦିନରେ ସମାପ୍ତ ହେବ । ନିଜ ଭାରତ ଗସ୍ତ ସମୟରେ ବିଶ୍ୱର ଅର୍ଥବ୍ୟବସ୍ଥାକୁ ଅଧିକ ମଜବୁତ ଓ ସଶକ୍ତ କରିବାକୁ ବାଇଡେନ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲଇ ହ୍ୱାଇଟ ହାଉସ ପକ୍ଷରୁ ଟ୍ୱିଟ କରାଯାଇଛି।
ବାଇଡେନଙ୍କ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଏୟାରପୋର୍ଟଠାରୁ ହୋଟେଲ ଆଇଟିସି ମୌର୍ୟ୍ୟ ପର୍ୟ୍ୟନ୍ତ ତାଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉକ୍ତ ହୋଟେଲରେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଜିମି କାର୍ଟର, ଜର୍ଜ ଡବ୍ଲ୍ୟୁ ବୁଶ୍, ବାରାକ ଓବାମା, ହୋନାଲ୍ଡୋ ଟ୍ରମ୍ପ ବି ରହି ସାରିଛନ୍ତି।
Powered by Froala Editor