ଛେଳି ପାଇଁ ଟ୍ରେନ୍ ଟିକେଟ୍

ଛେଳି ପାଇଁ ଟ୍ରେନ ଟିକେଟ କିଣି ଚର୍ଚ୍ଚାରେ ମହିଳା। ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ରେଳଯାତ୍ରା କରନ୍ତି। ସୁଯୋଗ ପାଇଲା ମାତ୍ରେ ଅଧିକ ଲୋକ ବିନା ଟିକେଟରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଏହାରି ଭିତରେ ବୃଦ୍ଧ ମହିଳା ଟ୍ରେନରେ ଯାତ୍ରା କରୁଥିବା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ପଶ୍ଚିମବଙ୍ଗରେ ଘଟିଥିବା ବେଳେ ମହିଳାଜଣକ ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ। ଯେତେବେଳେ ଟିଟିଇ ଟିକେଟ ଚେକ୍ କରିବା ପାଇଁ ଆସିଥିଲେ, ସେତେବେଳେ ସେ ଟିକେଟ ଦେଖାଇଥିଲେ। ତାଙ୍କ ଛେଳି ପାଇଁ ବି ମହିଳାଜଣକ ଟିକେଟ କାଟିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଟିଟିଇ। । ତେବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବୃଦ୍ଧ ମହିଳାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ମନ କିଣିନେବା ଭଳି ହସ ଏବଂ ତାଙ୍କ ସଚ୍ଚୋଟତା ସମସ୍ତଙ୍କୁ ଭାବବିହ୍ବଳ କରିଛି। ଭିଡିଓକୁ ଆଇଏଏସ୍ ଅୱନିଶ ଶରନ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।
Powered by Froala Editor