ସବୁ ସୀମା ଟପି ଗଲେଣି ସାଇବର ଠକ, ଆରମ୍ଭ ହେଲା ସାଇବର ହେଲ୍ପଲାଇନ ୧୯୩୦

ଭୁବନେଶ୍ବର: ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା । ସବୁ ସୀମା ଟପି ଗଲେଣି ସାଇବର ଠକ । ବିଭିନ୍ନ ଆଳରେ ଠକାମିର ଶିକାର ହେଉଛନ୍ତି ଲୋକେ । ସେପଟେ ଏହାକୁ ରୋକିବାରେ ପୋଲିସ ବିଫଳ ହେଉଛି । ତେବେ ସାଇବର ଠକଙ୍କୁ ସାବାଡ କରିବା ପାଇଁ ପୋଲିସର ବଡ଼ ପଦକ୍ଷପ । ଆରମ୍ଭ ହେଲା ସାଇବର ହେଲ୍ପଲାଇନ ୧୯୩୦। ଏନେଇ ଭୁବନେଶ୍ୱର ସ୍ଥିତି କେଶରୀ ନଗର ଠାରେ ଏହି ହେଲପଲାଇନ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ ଡିଜିପି ସୁନିଲ ବଂଶଲ ।
ତେବେ ସାଇବର ଠକାମୀକୁ ରୋକିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ସାଇବର ଠକାମୀ ରୋକିବା ପାଇଁ କ୍ରଇମବ୍ରାଞ୍ଚର ସାଇବର ସେଲ ପକ୍ଷରୁ ଏପରି କଲ ସେଣ୍ଟର ଖୋଲାଯାଇଛି । ଏହା ସହ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁମାନେ ସାଇବର ଠକେଇର ଶିକାର ହୋଇଥିବେ ସେମାନେ ତୁରନ୍ତ ୧୯୩୦କୁ କଲ କରି ଜଣାଇଲେ ଠକର ମୋବାଇଲ ନମ୍ବର ସହ ଯେଉଁ କଲରୁ କଲ ଆସୁଛି ତାର ଆଇପି ଆଡ୍ରେସ ବା ଆଇଏମଆଇ ନମ୍ବରକୁ ଶୀଘ୍ର ବ୍ଲକ କରିହେବ । ଫଳରେ ତୁରନ୍ତ ଠକଙ୍କୁ ଚିହ୍ନଟ ସହ ତା ଉପରେ କର୍ୟାନୁଷ୍ଠାନ ହୋଇପାରିବ ।
ଖୋଲା ଯାଇଥିବା କଲ ସେଣ୍ଟରରେ ଏକକାଳୀନ ୧୦ଟି କଲକୁ ଉଠାଇଲା ଭଳି ସିଷ୍ଟମ୍ ରହିଛି । ଏହାସହ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ କିପରି ସାଇବର ଠକେଇର କଲ ଆସିଲେ ଲୋକମାନଙ୍କୁ ସହଯୋଗ କରିବେ ସେ ନେଇ ତାଲିମ ମଧ୍ୟ ଦିଆଯାଇଛି । ତେବେ ତିନୋଟି ସିଫ୍ଟରେ ୧୦ଜଣ ଲେଖାଏଁ ସାଇବର ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ଡ୍ୟୁଟି କରି ଠକର ଚାଲ ଓ ଠକ କରିଥିବା ଠକେଇର ତଥ୍ୟ ରେକର୍ଡ କରିବେ । ଅର୍ଥାତ୍ କେହି ଠକେଇର ଶିକାର ହୋଇଥିଲେ ସେ ଏହି ୧୯୩୦ ହେଲ୍ପ ଡେସ୍କକୁ କଲ କଲେ ତୁରନ୍ତ ତାକୁ ସହାୟତା ଯୋଗାଇବେ ସାଇବର ହେଲ୍ପ ଡେସ୍କ କର୍ମଚାରୀ ।
ସାଇବର ହେଲ୍ପଲାଇନର କର୍ମଚାରୀମାନେ ଠକ କରିଥିବା ଠକେଇର ସମ୍ପର୍କରେ ଜାଣି ଠକର ଶିକାର ହୋଇଥିବା ଲୋକଠାରୁ ତଥ୍ୟ ନେଇ ଠକ ବିରୋଧରେ ତୁରନ୍ତ ଆକ୍ସନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ । ଏନେଇ ଯଦି ଠକେଇ ହୋଇଥିବା ଟଙ୍କା ବା ଠକ ନେଇଥିବା ଆକାଉଣ୍ଟରେ ତାହା ମହଜୁଦ ଥିବ ତେବେ ସେସବୁକୁ ଫ୍ରିଜ୍ କରି ତାକୁ ଫେରାଇବାକୁ ଚେଷ୍ଟା କରିବେ । ଏନେଇ ପୂର୍ବରୁ CID-CBରେ ଚାଲୁଥିଲା ଏହି ସାଇବର ସମ୍ପର୍କିତ ଅଭିଯୋଗ ଆଧାରରେ ୧କୋଟି ୧୯ଲକ୍ଷ ୧୧ହଜାର୪୭୮ ଠକେଇ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି ପୋଲିସ । ସେହିପରି ୧କୋଟି ୫୮ଲକ୍ଷ ୮୭ ହଜାର ୩୭ଟଙ୍କାକୁ ବ୍ଲକ କରିବାରେ ସହାୟକ ହୋଇଛି ।
Powered by Froala Editor