ଅଭାବନୀୟ ଘଟଣା: ପାରିବାରିକ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ମୃତ

କବିସୂର୍ୟ୍ୟନଗର : ଗଞ୍ଜାମ କବିସୂର୍ୟ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଂକଳବାଡ଼ିଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାରିବାରିକ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପଙ୍କଳ ବାଡ଼ିର ମିଥୁନ ଭୁଆଁ ଓ ତାର ମାଉସୀ ପୁଅ ଭାଇ ହିଞ୍ଜିଳି କାଟୁ ନୂଆଗଡର ଲିପୁନ ସ୍ୱାଇଁ । ଜାନକୀ ଭୂୟାଁ ଓ ତାଙ୍କ ପୁଅ କିଛିଦିନ ତଳେ ଜେଲରୁ ଫେରିଥିଲେ। ପୂର୍ବରୁ ମିଥୁନ ଉପରେ ଉକ୍ତ କେଶ ବାବଦରେ ପ୍ରତିହିଂସା ଘନୀଭୂତ ହୋଇ ଉଗ୍ରରୂପ ନେଇଥିଲା । ମିଥୁନ କବିସୂର୍ୟ୍ୟନଗରରୁ ବାଇକ ଯୋଗେ ପଂକଳବାଡି ଗାଁ ଫେରୁଥିଲା । ଏହି ସମୟରେ ଜାନକୀ ଭୂୟାଁ ଓ ତାର କିଛି ସହଯୋଗୀ ମିଥୁନ ଓ ଲିପୁନ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ।
ଦୁଇ ଗୁରୁତରଙ୍କୁ ପ୍ରଥମେ ପୋଲିସ କବିସୂର୍ୟ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆମ୍ବୁଲାନ୍ସ ଯୋଗେ ଏମକେସିଜି ପଠାଇଥିଲେ । ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor