ଭୁବନେଶ୍ବର ଓ କଟକକୁ ସଂଧ୍ୟାରେ ପ୍ରବେଶ କରିପାରିବନି ଟ୍ରକ

ଭୁବନେଶ୍ୱର : ସଂଧ୍ୟାରେ ଭୁବନେଶ୍ବର ଓ କଟକକୁ ଟ୍ରକ ମନା। ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାତପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ବର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି।
ତେବେ ଏହି ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ବର କସ୍ମୋପଲିସ ଛକ ଠାରୁ ହଂସପାଳ ଛକ ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ ରହିବ। ସେହିପରି କଟକର ମଧୁପାଟଣା ଛକ ଠାରୁ ଶିଖରପୁର ଛକ ମଧ୍ୟରେ ଏହି ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହାଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜନସାଧାରଣଙ୍କ ଗମନାଗମନରେ ସୁବିଧା ପାଇଁ ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ଏବଂ ପୋଲିସ କମିଶନରେଟ ଓ ପବ୍ଲିକ ଅର୍ଡର ଧାରା ୩୪ (୧) ଅନୁସାରେ ଏହି ନିୟମ କରାଯାଇଛି। ଏହା ଅନୁଯାୟୀ ମଙ୍ଗୁଳି ଛକରୁ କଟକ ଭିତରକୁ ଏବଂ ପିତାପଲ୍ଲିରୁ ଭୁବନେଶ୍ବର ମଧ୍ୟରୁ ଟ୍ରକ, ଟ୍ରେଲର ଭଳି ଭାରିଯାନ ପ୍ରବେଶ କରିପାରିବେନି। କେବଳ ଜରୁରୀକାଳୀନ ସ୍ଥିତିରେ ଜଣେ ଅନୁମତି ନେଇ ଭାରିଯାନ ପ୍ରବେଶ କରାଇପାରିବ।
Powered by Froala Editor