ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଗୁଆ ନିର୍ବାଚନୀ ମାହୋଲ ଭିତରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତାଙ୍କୁ ଉକ୍ତ ବୈଠକକୁ ଡକାଯାଇଥିବା ଜଣାଯାଇଛି । ତେବେ ନିର୍ବାଚନ ପ୍ରସ୍ତୁତିଳ ପଦଯାତ୍ରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାକୁ ନେଇ ଉକ୍ତ ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ପ୍ରସଙ୍ଗରେ କାହାକୁ ଟିକଟ ଦିଆଯିବ ତାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇ ଫାଇନାଲ କରାଯିବ ବୋଲି କୁହାଯାଉଛି ।
ପ୍ରକାଶ ଯେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ହାତରେ ଆଉ ଅଳ୍ପ ସମୟ । ଏନେଇ ବିଭିନ୍ନ ରାଜନୈତକ ଦଳ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ରଣନୀତି । ଦଳ କେମିତି ନିର୍ବାଚନରେ ବାଜିମାତ ମାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଏବେଠୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିସାରିଲେଣି । ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ନିର୍ବାଚନୀ ଚାଲ ଆପଣାଇବାରେ ଲାଗିପଡ଼ିଛନ୍ତି ।
Powered by Froala Editor