ଆଜିଠୁ ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଆବେଦନ ଆରମ୍ଭ ହେବ । ୧୩ ତାରିଖ ଆବେଦନର ଶେଷ ତାରିଖ ରହିଛି । ୧୪ ଓ ୧୫ ତାରିଖରେ ଆବେଦନ ଫର୍ମ ସଂଶୋଧନ କରିବାକୁ ସୁଯୋଗ ଦିଆଯିବ । ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରୋଭିଜନାଲ୍ ସିଟ୍ ଆଲ୍ଟମେଣ୍ଟ ପ୍ରକାଶିତ ହେବ । ଏଥିସହ ୱେଟ୍ଲିଷ୍ଟ ମଧ୍ୟ ପ୍ରକାଶ ପାଇବ । ଚୟନ ହୋଇଥିବା ଆବେଦନକାରୀମାନେ ୨୨ରୁ ୨୫ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଆଡମିଶନ ଫି ଦାଖଲ କରିବେ । ୨୩ରୁ ୨୬ ତାରିଖ ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା ହେବ ।
୨୭, ୨୮ ତାରିଖରେ ୱେଟ୍ଲିଷ୍ଟରେ ଥିବା ଆବେଦନକାରୀମାନେ ନିଜର କମନ୍ ଆପ୍ଲିକେଶନ ଫର୍ମ ସହ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ । ଅକ୍ଟୋବର ୩ ତାରିଖ ଅପରାହ୍ନ ୪ଟାରେ ୱେଟିଂ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୫ ସୁଦ୍ଧା କଲେଜ ଚୟନ କରିବେ। ୬ ତାରିଖରେ ସଂଧ୍ୟା ୫ ଟା ମଧ୍ୟରେ ନାମଲେଖାଇବାର ସୁଯୋଗ ମିଳିବ ।
ବିଭାଗ ପକ୍ଷରୁ କୁହାଯାଇଛି, ଅନେକ ଛାତ୍ରଛାତ୍ରୀ ବିଭିନ୍ନ କାରଣ ଯୋଗୁ ପ୍ରଥମ ପର୍ୟ୍ୟାୟରେ ନାମଲେଖା ଆବେଦନ କରିପାରିନଥିଲେ । ତେଣୁ ସେମାନଙ୍କୁ ନାମଲେଖାଇବାର ସୁଯୋଗ ଦିଆଯିବ ।
Powered by Froala Editor