ଭୁବନେଶ୍ୱର କ୍ଲବ୍ ନିର୍ବାଚନ: ଅସିତ ତ୍ରିପାଠୀ ତୃତୀୟ ଥର ପାଇଁ ସଭାପତି

ଭୁବନେଶ୍ୱ: ରାଜ୍ୟର ଅନ୍ୟତମ ସମ୍ଭ୍ରାନ୍ତ କ୍ଲବ୍ ଭୁବନେଶ୍ୱର କ୍ଲବ୍ର ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଛି । ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ତୃତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତପେସ ରାୟଙ୍କୁ ହରାଇଛନ୍ତି । ନିର୍ବାଚନରେ ଶ୍ରୀ ତ୍ରିପାଠୀଙ୍କ ପ୍ୟାନେଲ୍ର ଅଧିକାଂଶ ସଦସ୍ୟ ବିଜୟ ଲାଭ କରିଛନ୍ତି ।
କ୍ଲବ୍ରେ ମୋଟ ୨୨୭୩ ଜଣ ସଦସ୍ୟ ଥିବାବେଳେ ୧୧୩୬ ଜଣ ସଦସ୍ୟ ଭୋଟ ଦେଇଥିଲେ । ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି । ସମସ୍ତ ପଦବି ପାଇଁ ବାଲାଟ୍ ପେପରରେ ଭୋଟ୍ କରାଯାଇଥିଲା । ୧୨ଟି ଟେବୁଲରେ ଗଣତି କରାଯାଇଥିଲା । ୧୧୩୬ ଭୋଟ୍ ମଧ୍ୟରୁ ଶ୍ରୀ ତ୍ରିପାଠୀ ୯୨୧ ଖଣ୍ଡ ଭୋଟ୍ ପାଇ ସଭାପତି ହୋଇଛନ୍ତି ।
Powered by Froala Editor