ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଶିକ୍ଷୟିତ୍ରୀ

କର୍ଣ୍ଣାଟକର ଜଣେ ଶିକ୍ଷୟିତ୍ରୀ ଦୁଇ ମୁସଲମାନ ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଛନ୍ଦି ହୋଇଛନ୍ତି। ଏହି ଘଟଣା ଶିବାମୋଗାର ଟିପୁ ନଗରରେ ଘଟିଛି। ସ୍କୁଲର ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀ କୌଣସି କାରଣରୁ ରାଗିଯିବା ପରେ ସଂଖ୍ୟାଲଘୁ ମୁସଲମାନ ଛାତ୍ରଛାତ୍ରୀମାନଙ୍କୁ ‘ପାକିସ୍ତାନ ଚାଲିଯିବାକୁ’ କହିଥିଲେ।
ଭାରତ ହିନ୍ଦୁମାନଙ୍କର ସେମାନଙ୍କ ଦେଶ ନୁହେଁ ବୋଲି କହିଥିଲେ। କର୍ଣ୍ଣାଟକ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଅଭିଯୁକ୍ତ ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି, ଯାହାକୁ ବିଭାଗୀୟ ତଦନ୍ତ ବିଚାରାଧୀନ ଅବସ୍ଥାରେ ସ୍ଥାନାନ୍ତର କରାଯାଇଛି। ତେବେ ସେ ଏହି ଅଭିଯୋଗକୁ ଶିକ୍ଷୟିତ୍ରୀ ଜଣକ ଅସ୍ବୀକାର କରିଛନ୍ତି।
ଅନ୍ୟ ଏକ ଘଟଣାରେ ଦିଲ୍ଲୀର ଏକ ସରକାରୀ ସ୍କୁଲର ୪ ଜଣ ଛାତ୍ର ଦାବି କରିଛନ୍ତି ଯେ ବିଭାଜନ ସମୟରେ ସେମାନଙ୍କ ପରିବାର ପାକିସ୍ତାନ ନ ଯିବା ବିଷୟରେ ସର୍ବୋଦୟ ବାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେମା ଗୁଲାଟି ସେମାନଙ୍କୁ ପଚରାଉଚରା କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି।
Powered by Froala Editor