ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ‘ହାଇକୁଇ’

ତାଇପେଇ: ସାମୁଦ୍ରିକ ବାତ୍ୟା ‘ହାଇକୁଇ’ ମାଡ଼ି ଆସୁଥିବାରୁ ପୂର୍ବାଞ୍ଚଳ ତାଇୱାନ୍ର ବିପଦପୂର୍ଣ୍ଣ ସ୍ଥାନରୁ ପ୍ରାୟ ୩୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ପ୍ରାୟ ୪ ବର୍ଷ ପରେ ଏ ଧରଣର ପ୍ରଥମ ସାମୁଦ୍ରିକ ବାତ୍ୟା ଆଜି ସିଧାସଳଖ ତାଇୱାନ୍ ଦ୍ବୀପ ଉପରେ ପ୍ରବାହିତ ହେବ।
ଆଜି ସକାଳୁ ପ୍ରବଳ ବର୍ଷା କରାଉଥିବା ‘ହାଇକୁଇ’ ବାତ୍ୟାର ଘଣ୍ଟାପ୍ରତି ବେଗ ୧୪୦ କିଲୋମିଟର୍ ରହିବ ଏବଂ ଆଜି ସନ୍ଧ୍ୟା ୫ ବେଳକୁ ଏହାର ତାଇୱାନ୍ ଦ୍ବୀପର ପୂର୍ବ ପ୍ରାନ୍ତରେ ଥିବା ତାଇତୁଙ୍ଗ୍ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବ।
ବାତ୍ୟା ଲାଗି ଆଜି ତାଇୱାନ ଦ୍ବୀପର ଦକ୍ଷିଣ ଓ ପୂର୍ବାଞ୍ଚଳରେ ଥିବା ସ୍କୁଲ୍ ଓ ଅଫିସ୍ ବନ୍ଦ ରଖାଯାଇଛି। ସେହିପରି, ଦ୍ବୀପରେ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୨୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି।
Powered by Froala Editor